ଜଳିଗଲା ପରିବା ଦୋକାନ

କଳାପଥର : ବାଙ୍କୀ ମୂଖ୍ୟବଜାର ମହାଦେବ ହାଟ ନିକଟରେ ଥିବା ଏକ ପରିବା ଦୋକାନରେ ରବିବାର ଆକସ୍ମିକ ଅଗ୍ନିକାଣ୍ଡ ଘଟି ସମସ୍ତ ପନିପରିବା ଜଳିଯାଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଦୀର୍ଘଦିନ ହେବ ସନ୍ତୋଷ ସାହୁ ଏହି ପରିବା ଦୋକାନଟି କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ ରବିବାର ହଠାତ୍ ମଧ୍ୟାହ୍ଣରେ ଅଗ୍ନିକାଣ୍ଡ ଘଟି ତାଙ୍କର ପନିପରିବା ଦୋକାନଟି ଜଳି ଯାଇଛି। ଦୋକାନରୁ ଧୂଆଁ ବାହାରୁଥିବା ଦେଖି କିଛି ଲୋକ ସନ୍ତୋଷ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଉଭୟ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଅନ୍ୟ ସ୍ଥାନକୁ ବ୍ୟାପିବାକୁ ନଦେଇ ଆୟତ କରିଥିଲେ। କିନ୍ତୁ ଦୋକାନରେ ଥିବା ସମସ୍ତ ପନିପରିବା ଜଳି ଯାଇଥିବା ଦେଖିବାକୁ ମିଳିଛି। ଏଣୁ ପ୍ରଶାସନ ସନ୍ତୋଷକୁ ସାହାଯ୍ୟ କରିବାକୁ ଦାବି ହେଉଛି।