ସସାଙ୍ଗ ଅଞ୍ଚଳରେ ଘୁଷୁରି ମଡ଼କ,ଏକ ସପ୍ତାହରେ କୋଡିଏ ଘୁଷୁରି ମୃତ

ଆଠଗଡ,(ଉଲାପ୍ର)ଗୋଟିଏ ପଟେ କରୋନାକୁ ନେଇ ଲୋକେ ଆତଙ୍କିତ ଥିବା ବେଳେ ଅନ୍ୟ ପଟେ ଆଠଗଡ ବ୍ଲକ ଶଶାଙ୍କ ଅଞ୍ଚଳରେ ଘୁଷୁରୀ ମରିବା ଘଟଣା ଏହି ଅଞ୍ଚଳରେ ଲୋକଙ୍କୁ ଭୟଭିତ କରି ପକାଇଛି,କୁଶପଙ୍ଗି ଅଞ୍ଚଳରେ ବାବୁଲି ବରାଳ କିଛି ଘୁଷୁରି ରଖିଥିବା ବେଳେ ଗତ କିଛିଦିନ ହେଲା ସସାଙ୍ଗ ଅଂଚଳରେ ବିଲ ମାନଙ୍କରେ ଘୁଷୁରି ମରିବା ଆରମ୍ଭ କରିଛନ୍ତି,ଗତ ଏକ ସପ୍ତାହ ମଧ୍ୟରେ ପ୍ରାୟ କୋଡିଏ ରୁ ଅଧିକ ଘୁଷୁରି ମରି ବିଭିନ୍ନ ବିଲ ମାନଙ୍କରେ ପଡିଛନ୍ତି, ଯାହାକୁ ନେଇ ସ୍ଥାନୀୟ ଗ୍ରାମବାସୀମାନେ ଆତଙ୍କିତ ହୋଇପଡିଛନ୍ତି,ଘୁଷୁରି ଠାରୁ ସ୍ୱାଇଁ ଫ୍ଲୁ ବ୍ୟପେ ବୋଲି ସମସ୍ତେ ଜାଣିଛନ୍ତି,ଆଉ ବର୍ତ୍ତମାନ କରୋନା ନେଇ ଲୋକେ ଭୟଭିତ ଅଛନ୍ତି,ଏପରି ଅବସ୍ଥାରେ ସସାଙ୍ଗ ଗ୍ରାମବାସୀଙ୍କ ଠାରୁ ପ୍ରାଣୀ ଚିକିତ୍ସା ବିଭାଗ ଖବର ପାଇବା ପରେ ଗତ ଦୁଇଦିନ ହେଲା ବିଭାଗୀୟ ଟିମ ଘଟଣା ସ୍ଥଳ ପରିଦର୍ଶନ କରି ମୃତୁବରଣ କରିଥିବା ଘୁଷୁରି ଗୁଡିକୁ ପୋତିଦେବା ପାଇଁ ଘୁଷୁରି ମାଲିକଙ୍କୁ ନିର୍ଦେଶ ଦେଇଥିବା ବେଳେ ଅନ୍ୟ କିଛି ଘୁଷୁରୀଙ୍କୁ ଧରି ଭାକସିନ ଦେବାକୁ ପ୍ରାଣିଚିକିସ୍ଥା ବିଭାଗ ଉଦ୍ୟମ ଆରମ୍ଭ କରିଛି ଏବଂ ଘୁଷୁରି ମାନଙ୍କର ରକ୍ତ ପରୀକ୍ଷା କରାଯିବ ବୋଲି ଜଣାପଡିଛି।