ମା ତୁମେ ହିଁ ସଂସାର କୁ ରକ୍ଷାକର । ହୁଳହୁଳି ଓ ଶଙ୍ଖ ନାଦରେ ପ୍ରକମ୍ପିତ

ଆଠଗଡ(ଉଲାପ୍ର)ଚୈତ୍ରମାସ ହେଉଛି ଦେବୀ ମାନଙ୍କ ନିକଟରେ ଆରାଧନା କରିବାର ସମୟ,ଏହି ମାସରେ ବିଭିନ୍ନ ଦେବୀ ପୀଠରେ ମାଙ୍କ ନିକଟରେ ପଣା, ପାଣି ପ୍ରଭୁତି ଦିଆଯିବାର ବିଧି ଥିବା ବେଳେ କେତେକ ମନ୍ଦିରରେ ଝାମୁ ଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥାଏ,

ବର୍ତ୍ତମାନ କରୋନା ରୂପୀ ରାକ୍ଷସ ସମଗ୍ର ବିଶ୍ୱକୁ କରାୟତ କରି ରଖିଥିବା ବେଳେ ଦେବାଦେବୀ ପୀଠ ଗୁଡିକ ପ୍ରଭାବିତ ହୋଇଛନ୍ତି, ପ୍ରଶାସନ ର୍ କଟକଣା ରେ ସବୁ ଦେବାଦେବୀ ମନ୍ଦିର ଗୁଡିକୁ ଆଉ ଭକ୍ତ ଯାଉନାହାନ୍ତି,କେବଳ ବ୍ରାହ୍ମଣ ମାନେ ଦେବାଦେବୀ ମନ୍ଦିର ଖୋଲି ସେବା କରିଆସୁଛନ୍ତି,ଚୈତ୍ର ପୂର୍ଣ୍ଣିମା ଅବସରରେ ସବୁ ଶକ୍ତିପୀଠ ଗୁଡିକ ଖାଁ ଖାଁ ଲାଗୁଛି,

ଭକ୍ତ ବର୍ତମାନ ଘରେ ରହି ମାଙ୍କ ଆରାଧନା କରୁଛନ୍ତି,ବିଶ୍ବରୁ କରୋନା ଦାଉରୁ ଲୋକଙ୍କୁ ରକ୍ଷାକରିବା ପାଇଁ ଆଠଗଡ ସହର ଗଦା ସାହି ଏବଂ ପଦ୍ମ ସାହିରେ ମହିଳା

ମାନେ ପଣାହାଣ୍ଡି ପ୍ରଦାନ କରିଛନ୍ତି, ଆଜି ମା ବାଉତୀଙ୍କ ଝାମୁ ପର୍ବ ଥିବାରୁ ସାମାଜିକ ଦୂରତା ରକ୍ଷାକରି ଦୈବିଶକ୍ତିର ସରଣାପନ ହୋଇଛନ୍ତି ମହିଳା ମାନେ, ମା ସଂସାରକୁ ତୁ ରକ୍ଷାକର ବୋଲି ହୁଳହୁଳି ଦେଇ ମାଙ୍କୁ ଆରାଧନା କରାଯାଇଛି।