ଆଠଗଡ ସହରରେ ଅସହାୟଙ୍କ ପାଖରେ ଛିଡ଼ାହୋଇ ଖାଦ୍ୟସାମଗ୍ରୀ ବାଣ୍ଟିଲେ ବିଜେପି ନେତା ବ୍ରଜେନ୍ଦ୍ର ରାୟ

ଅସମୟରେ ଲୋକଙ୍କ ପାଖରେ ଛିଡା ହୋଇଛନ୍ତି ଆଠଗଡ ବିଜେପି ନେତା ବ୍ରଜେନ୍ଦ୍ର ରାୟ, ସାରା ଭାରତ ଲକ ଡାଉନ ଥିବା ବେଳେ ଏଥିରେ ଆଠଗଡ ନିର୍ବାଚନ ମଣ୍ଡଳୀ ମଧ୍ୟ ବାଦ ପଡିନି,ଆଠଗଡ ନିର୍ବାଚନ ମଣ୍ଡଳୀ ର ବିଜେପି ନେତା ବ୍ରଜେନ୍ଦ୍ର ରାୟ ଆଜି ଆଠଗଡ ସହରର ସହରସାହି ବସ୍ତିରେ ଲକ ଡାଉନ ଯୋଗୁ ଯେପରି ଅବସ୍ଥାରେ ଏହି ବସ୍ତିର ଲୋକମାନେ ଅଛନ୍ତି ତାଙ୍କ ପାଖରେ ପହଁଚି ବସ୍ତିର ଲୋକଙ୍କୁ ମାସ୍କ ଓ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ,ଏହି ବସ୍ତିଟି ହେଉଛି ଆଠଗଡ ସହରର ପ୍ରଥମ ବସ୍ତି,

ଯୋଉଠି ଏହି ବସ୍ତିର ଲୋକମାନେ ଦୀର୍ଘବର୍ଷ ହେଲା ଦିନ ମଜୁରିଆ ନଚେତ କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥାନ୍ତି, ଲକ ଡାଉନ ଯୋଗୁ ଏହି ବସ୍ତି ବାସିନ୍ଦା ପୁରା ଲକ ହୋଇରହିଥିଲେ ମଧ୍ୟ ସେମାନଙ୍କ ପାଖରେ ବିଜ୍ଞାପିତ ଅଂଚଳ ପରିଷଦ ପହଂଚିପାରି ନାହିଁ,ପିଲାଛୁଆଙ୍କ ନେଇ ଅତି ଦୁର୍ଦିନ ରେ ଥିବାବେଳେ ବ୍ରଜେନ୍ଦ୍ର ରାୟ ସେମାନଙ୍କ ପାଖରେ ପହଁଚି ବସ୍ତି ବାସିନ୍ଦାଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେଇଛନ୍ତି, ବ୍ରଜେନ୍ଦ୍ରଙ୍କ ଏଭଳି କାର୍ଯ୍ୟକୁ ସାଧାରଣ ରେ ବେଶ ପ୍ରନ୍ସସା କରାଯାଇଛି।
