ନୟନା ବସ ମାଲିକଙ୍କ ପୁଅ କରୋନା ବିପଦ ବେଳେ ବିଦେଶୀ ମଦ ବିକ୍ରି କରି ଗିରଫ

ଆଠଗଡ : କରୋନା ବିପଦ ବେଳେ ବିଦେଶୀ ମଦ ବିକ୍ରି କରି ଜଣେ ଭିନକ୍ଷମ ବ୍ୟକ୍ତିକୁ ତିଗିରିଆ ଥାନା ବିନ୍ଧାଣିମା ନିକଟ ରାସ୍ତାକଡରୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି,ଏହି ବ୍ୟକ୍ତି ଜଣକ ନୟନା ବସ ମାଲିକଙ୍କ ପୁଅ ତପନ ମୁଦୁଲି,ଯିଏକି ଜଣେ ଭିନକ୍ଷମ ଭାବେ ପରିଚିତ,ସେ ଗତ ପାଞ୍ଚବର୍ଷ ଧରି ତିଗିରିଆ ବିନ୍ଧାଣିମା ରାସ୍ତା କଡରେ କରିଥିବା ଘର ଆଗରେ ବିଦେଶୀ ମଦ ବିକ୍ରି କରି ଆସୁଥିବାର ଅଭିଯୋଗ ହୋଇ ଆସୁଥିଲା,ଏଥିରେ ଆଠଗଡ ଅବକାରୀ ବିଭାଗର ପ୍ରଚ୍ଛନ୍ନ ହାତ ଥିବାର ସବୁ ସମୟରେ ଗ୍ରାମବାସୀ ମାନେ ଅଭିଯୋଗ କରୁଥିଲେ,ଆଜି ତିଗିରିଆ ପୋଲିସ ହଟାତ ତାଙ୍କ ଘର ଉପରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ କରିବା ସହିତ ତପନ ମୁଦୁଲିକୁ ଗିରଫ କରିଛି ତିଗିରିଆ ଥାନା ପୋଲିସ,ସନ୍ଧ୍ୟାରେ ତପନ କୁ ଆଠଗଡ କୋର୍ଟକୁ ଚାଲାଣ କରାଯିବା ପରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଆଠଗଡ ଜେଲକୁ ପଠାଇ ଦିଆଯାଇଛି, ଏଠାରେ ସୂଚନା ଯୋଗ୍ୟ ତପନ ମୁଦୁଲିଙ୍କ ବାପା ଜଣେ ଆର୍ମିର କର୍ମଚାରୀ,ଚାକିରିରୁ ଅବସର ପରେ ନାୟନା ବସ କରି କଟକ ନରସିଂପୁର ମଧ୍ୟରେ ଗାଡି ଚଳାଚଳ କରୁଥିଲେ,ତାଙ୍କର ତିନିଗୋଟି ବସ ମଧ୍ୟ ଏହି ରୁଟରେ ଚାଲୁଅଛି,ବାପ ଜଣେ ଆର୍ମିର ଅବସରପ୍ରାପ୍ତ କର୍ମଚାରୀ ଓ ବସ ମାଲିକ ତା ପରେ ପୁଅ ବିଦେଶୀ ମଦ ବେପାର କରିବା ଘଟଣା ତିଗିରିଆ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି।