#Vastu & Astrology

🌷💐ଆଜିର ରାଶିଫଳ🌹🌷

🌷💐🌹
ଅଦ୍ୟ ମାର୍ଚ୍ଚ ୩୦ ତାରିଖ ୨୦୨୦ମସିହା(ସୋମବାର)
ଶକାବ୍ଦ -୧୯୪୧
ସମ୍ବତ -୨୦୭୭
ସାଲ-୧୪୨୭
ସମ୍ବତ୍ସର -ପ୍ରମାଥୀ
ଚୈତ୍ର -ଶୁକ୍ଳପକ୍ଷ
ତିଥି -ଷଷ୍ଠୀ ରାତ୍ରି ଘ୦୩/୧୮ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ ନକ୍ଷତ୍ର-ରୋହିଣୀ ସଂ ଘ୦୫/୫୯ ପର୍ଯ୍ୟନ୍ତ ତଦନ୍ତେ ମୃଗଶିରା ଚନ୍ଦ୍ର- ବୃଷ
ଯୋଗ-ଆୟୁଷ୍ମାନ
କରଣ-କୌଳବ
ସୂର୍ଯ୍ୟ -ମୀନ ୧୭ ଦିନ


ସୁର୍ୟୋଦୟ -ପ୍ରାତଃ ଘ୦୫/୪୫/୩୬

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୬/୪୦

ଯୋଗିନୀ ପଶ୍ଚିମେ ରାତ୍ରି ଘ୦୩/୧୮ ଗତେ ବାୟବ୍ୟେ
ବିଛା ରାଶିର ଘାତଚନ୍ଦ୍ର ମିଥୁନ ରାଶିର ଘାତବାର

ଅଦ୍ୟ ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ

କାଳବେଳା -ଦିବା ଘ୦୭/୧୫ ଗତେ ଘ୦୮/୪୬ମଧ୍ୟେ
ବାରବେଳା- ଦିବା ଘ୦୨/୫୨ ଗତେ ଘ୦୪/୨୫ମଧ୍ୟେ


ଅମୃତବେଳା- ଦିବା ୦୭/୧୦ମଧ୍ୟେ ଓ ଘ୧୦/୩୯ଗତେ ଘ୦୧/୦୧ମଧ୍ୟେ
ମାହେନ୍ଦ୍ରବେଳା- ଦିବା ଘ୦୮/୫୯ଗତେ ଘ ୧୦/୧୯ମଧ୍ୟେ ଓ ଘ୧୧/୫୬ଗତେ ଘ୦୧/୨୫ମଧ୍ୟେ


ଅଦ୍ୟ ନିମ୍ବ ରାତ୍ରି ଘ୦୩/୨୩ଗତେ ନିମ୍ବ ତାଳ ନିଷେଧ


🌹
———————-
🌷ମେଷ🌷👉: ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଶତ୍ରୁମାନେ ଆପଣଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରିବେ; ହେଲେ କିଛି କରିପାରିବେ ନାହିଁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ।

🌷ବୃଷ🌷👉: ଭାଗ୍ୟର ସହଯୋଗ ମିଳିବ। ଘର ଓ ଦୋକାନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଧନଲାଭର ନୂଆ ଅବସର ପ୍ରାପ୍ତ ହେବ। ବନ୍ଧୁଙ୍କ ସହିତ ସିନେମା ଦେଖିବାର ଯୋଜନା କରିପାରନ୍ତି।

🌷ମିଥୁନ🌷👉: ଦିନଟି ଠିକ୍‌ଠାକ୍‌ ରହିବ। ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ। ଆପଣଙ୍କ ସରଳତା ପାଇଁ ଆପଣଙ୍କର ପ୍ରିୟବନ୍ଧୁ ଖୁସି ରହିବେ। ବ୍ୟବସାୟରେ ନିଜ ଜିବିକା ଆରମ୍ଭ କରିବା ପାଇଁ ଦିନଟି ବହୁତ ଭଲ।

🌷କର୍କଟ🌷👉: ସମୟ ଆପଣଙ୍କ ପାଇଁ ଅନୁକୂଳ। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରସ୍ତାବ ମିଳିବ। ମହିଳାଙ୍କର ଅଫିସରେ ଉନ୍ନତି ହେବ। ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ।

🌷ସି˚ହ🌷👉: ବ୍ୟକ୍ତିତ୍ବର ବିକାଶ ପାଇଁ ଦିନଟି ବଢ଼ିଆ। କାର୍ଯ୍ୟ କ୍ଷେତ୍ରରେ ବଢ଼ିଆ ଢଙ୍ଗରେ କାମ କରିବେ। ବିଦେଶରେ ଜଡ଼ିତ ବ୍ୟବସାୟୀ ଆଜି ବଡ଼ ଡିଲ୍‌ କରିବେ। ପତିପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ।

🌷କନ୍ୟା🌷👉: ବନ୍ଧୁ ଓ ପାଖଲୋକଙ୍କ ସହଯୋଗ ପାଇବେ। ଚାକିରି ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟୀଙ୍କୁ ଧନଲାଭ ହେବ। ଲେଖକଙ୍କୁ ପୁରସ୍କାର ମିଳିବ। ବୈବାହିକ ଜୀବନରେ ମଧୁରତା ଆସିବ।

🌷ତୁଳା🌷👉: ପ୍ରଭୁଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ଯେଉଁ କାମ ମନପ୍ରାଣ ଢାଳି କରିବେ ସଫଳତା ନିଶ୍ଚିତ ପାଇବେ। ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ।

🌷ବିଛା🌷👉: ଆଧୢାତ୍ମିକ ଭାବନାରେ ସମୟ ବିତିବ। ଆପଣଙ୍କ ଇଚ୍ଛା ପୂରା କରିବାରେ ସଫଳ ହେବେ। ଚାକିରିଆଙ୍କୁ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିବ। ପରିବାର ଲାଗି ଦିନଟି ଅନୁକୂଳ ରହିବ।

🌷ଧନୁ🌷👉: ପୂରାଦିନ ନୂଆ ଉତ୍ସାହଭରା ରହିବେ। ଯାହା ବି କରନ୍ତୁ; ବଡ଼ଙ୍କ ପରାମର୍ଶ ନିଅନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ବିଲଡରଙ୍କୁ ନୂଆ ସଉଦାରୁ ଲାଭ ହେବ।

🌷ମକର🌷👉: ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। ମହତ୍ତ୍ବପୂର୍ଣ୍ଣ କଥା ପାଇଁ ଆଗେଇ ଆସନ୍ତୁ ସହଜ ବାର୍ତ୍ତା ହେବ। ଘରେ ଏବଂ ଅଫିସରେ ଖୁସିର ବାତାବରଣ ରହିବ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରଣହେବ।

🌷କୁମ୍ଭ🌷👉: ଆପଣଙ୍କ ଊର୍ଜ ସହଯୋଗୀଙ୍କୁ ପ୍ରଭାବିତ କରିବ। ଶୁଭ ସମାଚାର ମିଳିବା ଯୋଗ ରହିଛି। କ୍ୟାରିୟର ମାମଲାରେ ଆପଣଙ୍କ ସହିତ କିଛି ଭଲ ହେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

🌷ମୀନ🌷👉:ପାରିବାରିକ ଗତିବିଧିରେ ଅଧିକ ସମୟ କଟିବ। ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ।
ଆଜି କିଛି ଅସୁବିଧା ନଥିଲେ ମଧ୍ୟ କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ଟେନସନ୍ ଲାଗିବ।

Leave a comment

Your email address will not be published. Required fields are marked *