ହୋମ୍ କ୍ୱାରେଣ୍ଟାଇନ୍ ନିୟମ ଉଲଂଘନ କଲେ ଯୁବକ, ମାମଲା ରୁଜୁ

କଟକ (୨୨/୦୩/୨୦): ହୋମ୍ କ୍ୱାରେଣ୍ଟାଇନ୍ ନିୟମ ଉଲଂଘନ କରିବା ଅଭିଯୋଗରେ ଜଣେ ଯୁବକଙ୍କ ବିରୋଧରେ କଟକସ୍ଥିତ ପୁରୀଘାଟ ଥାନାରେ ଏକ ମାମଲା ରୁଜୁ ହୋଇଛି। ସଂପୃକ୍ତ ଯୁବକ ହୋମ୍ କ୍ୱାରେଣ୍ଟାଇନ୍ ନିୟମ ଉଲଂଘନ କରି ରାସ୍ତାରେ ବୁଲୁଥିଲେ। ଡିସିପି ସୁଧାଂଶୁ ଷଡ଼ଙ୍ଗୀ ଟୁଇଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ, କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ହସ୍ପିଟାଲରେ ଆଇସୋଲେସନ୍ ସେଣ୍ଟର ପ୍ରତିଷ୍ଠା କରିବା ସହ ହୋମ୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ମଧ୍ୟ କରିଛନ୍ତି।