#Uncategorized

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹
ଅଦ୍ୟ ମାର୍ଚ୍ଚ ୨୧ ତାରିଖ ୨୦୨୦ମସିହା(ଶନିବାର)
ଶକାବ୍ଦ -୧୯୪୧
ସମ୍ବତ -୨୦୭୬
ସାଲ-୧୪୨୭
ସମ୍ବତ୍ସର -ପ୍ରମାଥୀ
ଚୈତ୍ର -କୃଷ୍ଣପକ୍ଷ
ତିଥି -ଦ୍ବାଦଶୀ ଦିବା ଘ୦୭/୪୬ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ନକ୍ଷତ୍ର-ଧନିଷ୍ଠା ରାତ୍ରି ଘ୦୮/୧୪ ପର୍ଯ୍ୟନ୍ତ ତଦନ୍ତେ ଶତଭିଷା ଚନ୍ଦ୍ର-ମକର ପ୍ରାତଃ ଘ୦୬/୪୩ ପର୍ଯ୍ୟନ୍ତ ତଦନ୍ତେ କୁମ୍ଭ
ଯୋଗ-ସିଦ୍ଧ
କରଣ-ତୈତିଳ
ସୂର୍ଯ୍ୟ -ମୀନ ୦୮ ଦିନ


ସୁର୍ୟୋଦୟ -ପ୍ରାତଃ ଘ୦୫/୫୩/୧୦

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୪/୧୭

ଯୋଗିନୀ ନୈଋତେଦିବା ଘ୦୭/୪୬ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେ
ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର ବୃଷ,ସିଂହ ଓ କନ୍ୟା ରାଶିର ଘାତବାର

ଅଦ୍ୟ ତ୍ରୟୋଦଶୀର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ

କାଳବେଳା -ଦିବା ଘ୦୭/୨୪ ମଧ୍ୟେ ଓ ଘ୦୪/୨୪ଗତେ ଘ୦୫/୫୪ମଧ୍ୟେ
ବାରବେଳା- ଦିବା ଘ୦୧/୨୪ଗତେ ଘ୦୨/୫୪ମଧ୍ୟେ*


ଅମୃତବେଳା- ଦିବା ଘ୦୯/୫୩ ଗତେ ଘ୧୨/୫୨ମଧ୍ୟେ ଓ ରାତ୍ର ଘ୦୮/୧୯ଗତେ ଘ୧୦/୪୦ମଧ୍ୟେ
ମାହେନ୍ଦ୍ରବେଳା- ଦିବା ଘ୦୮/୫୪ ଗତେ ଘ୧୦/୨୦ମଧ୍ୟେ ଓ ରାତ୍ର ଘ୦୭/୨୬ଗତେ ଘ୦୮/୫୩ମଧ୍ୟେ


ଅଦ୍ୟ ପୋଇ ଦିବା ଘ୦୭/୪୬ଗତେ ବାଇଗଣ ଭକ୍ଷଣ ନିଷେଧ


———————-
🌹ମେଷ🌷👉 : ଘରେ ଲାଗିରହିଥିବା ଉଦାସ ଭାବ ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ ।

🌹ବୃଷ🌷👉 : ସପ୍ତାହରୁ ଚ଼ାଲି ଆସୁଥିବା ଯୁକ୍ତି ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।ବ୍ୟବସାୟ ବାଣିଜ୍ୟରେ ଆସାତିତ ଲାଭ ହେବ।

🌹ମିଥୁନ🌷👉 : କୌଣସି ଆଇନଗତ ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେ ରହିବ । ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମର ଫଳ ମିଳିପାରିବ । ସବୁ କିଛି ଠିକ୍ ହୋଇଯିବ କିନ୍ତୁ ଆପଣ ନିଜ କ୍ରୋଧ ଉପରେ ଅକ୍ତିଆର ରଖିବାକୁ ହେବ । ଏବେ ଖୁସିର ସମୟ ଆସିଗଲାଣି ।

🌹କର୍କଟ🌷👉 : ହଠାତ୍ ଆସିଥିବା ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ ।

🌹ସିଂହ 🌷👉: ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା ।ଯାତ୍ରାକରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।

🌹କନ୍ୟା🌷👉 : ଉଚ୍ଚ ଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବେ । ଯଦି ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ କୌଣସି ପ୍ରକାରର ସମସ୍ୟା ଦେଖାଯାଏ ତା` ହେଲେ ନିଜ ଅଧିକାରୀଙ୍କୁ ନିଶ୍ଚିତ ଜଣାନ୍ତୁ । ତାଙ୍କୁ କାର୍ଯ୍ୟାଳୟର ପରିବେଶଟିକୁ ଭଲ କରିବା କଥା କୁହନ୍ତୁ ।

🌹ତୁଳା🌷👉 : ଆଜି ଆପଣଙ୍କର ପରିବାର ଲୋକଙ୍କ ପାଇଁ ଖୁସିର ଦିନ ଅଟେ କାରଣ ଆପଣ ଆଜି ସେମାନଙ୍କ ସହିତ ସମୟ କଟାଇବେ । ପରିବାରର ସମସ୍ତେ ଏକ ହେବାର ଏବେ ସମୟ ଅଟେ । ବୋଧହୁଏ ଆପଣ ବାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି ।

🌹ବିଛା🌷👉 : ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇ ରୁହନ୍ତୁ । କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁ ନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତା ଧାରା ବଜାୟ ରଖନ୍ତୁ । ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚ଼େଷ୍ଟା କରନ୍ତୁ ନାହିଁ ।

🌹ଧନୁ🌷👉 : ଆଜି ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ । ଏବେ ଆପଣ ସତର୍କହୋଇ ଚାଲନ୍ତୁ ,କାରଣ ମଣିଷ ତା.ର ସଂଗତିରୁ ହିଁ ଜଣାଯାଏ । କୁସଙ୍ଗ ଯୋଗରେ ଆପଣ କ୍ଷତି ସହି ପାରନ୍ତି ।

🌹ମକର🌷👉 : ଆଜିର ଦିନ ନୂଆ ବନ୍ଧୁ କରିବାର ଦିନ ଅଟେ । ସେମାନଙ୍କ ଅନୁଷ୍ଠାନରେ ଭାଗ ନିଅନ୍ତୁ ଏବଂ ନୂଆ ବନ୍ଧୁ ସୃଷ୍ଟି କରନ୍ତୁ । ଆପଣ କିଛି ନୂଆ ବନ୍ଧୁ କରି ପାରିବେ । କାହାକୁ ବା ଜଣା ଆପଣଙ୍କ ପାଇଁ କୌଣସି ନୂଆ ସୁଯୋଗର ଦ୍ୱାର ଖୋଲି ପାରେ ।

🌹କୁମ୍ଭ🌷👉 : ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ଆସାକରିବେ କିନ୍ତୁ ମିଳିପାରିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ । ଆପଣଙ୍କର ସବୁ କଥାରେ ବାଧା ରହିବ ଓ ଆକସ୍ମିକ ଅର୍ଥବ୍ୟୟ ହେବାର ଯୋଗ ରହିଛି ।

🌹ମୀନ🌷👉 : ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବାରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ । କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ । କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି ।

Leave a comment

Your email address will not be published. Required fields are marked *