ନବରାଜ୍ୟ ମଧୁବୈଶ୍ୟ ସମାଜ ର ବାର୍ଷିକ ଭାଗବତ ସମ୍ମିଳନୀ ୨୦୨୦ ଅନୁଷ୍ଠିତ

କଟକ(୦୧/୦୩/୨୦) : ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ କଇଁଥଛକ ଠାରେ ନବରାଜ୍ୟ ମଧୁବୈଷ୍ୟ ସମାଜ ର ବାର୍ଷିକ ଭାଗବତ ସମ୍ମିଳନୀ ଅନୁଷ୍ଠିତ ହୋଯାଇଅଛି।ଏହି ସମ୍ମିଳନୀ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା,ଏହି ସମ୍ମିଳନୀ ଆୟୋଜନ କରିଥିଲେ ସରଣ୍ଡା ରାଜ୍ୟ। ଏହି ସମ୍ମିଳନୀ ରେ ଆଠଗଡ଼, ତିଗିରିଆ, ବଡ଼ମ୍ବା, ନରସିଂହପୁର, ବାଙ୍କୀ, ବାଙ୍କୀ- ଡମପଡ଼ା ଓ ଢେ଼ଙ୍କାନାଳ ରୁ ନଅ ଗୋଟି ରାଜ୍ୟ ଯୋଗ ଦେଇଥିଲେ।

ନବରାଜ୍ୟ ମଧୁ ବୈଶ୍ୟ ସମାଜ ର ସଭାପତି- ଶ୍ରୀଯୁକ୍ତ ମାଧବ ଚନ୍ଦ୍ର ସାହୁ, ଉପସଭାପତି- ପ୍ରଭାକର ସାହୁ, ସମ୍ପାଦକ- ଗଗନ ବିହାରୀ ସାହୁ ଙ୍କ ନେତୃତ୍ଵ ରେ ବାର୍ଷିକ ଅଧିବେଶନ କାର୍ଯ୍ୟ ଆରମ୍ଭ ହୋଇଥିଲା।

ଏହି ସମ୍ମିଳନୀ ରେ ନବ ରାଜ୍ୟ ମଧୁବୈଶ୍ୟ ସମାଜ ର ସମସ୍ତ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ବୃତ୍ତି ଓ ମାନପତ୍ର ପ୍ରଦାନ କରାଯାଇ ଥିଲା। ଏହି ସମ୍ମିଳନୀ ରେ ମଧୁବୈଷ୍ୟ ନବଜ୍ୟୋତୀ ସ୍ମରଣିକା ପ୍ରକାଶିତ କରାଯାଇଛି।

ଏହି ସମ୍ମିଳନୀ ରେ ମଧୁ ଵୈଶ୍ୟ ସମାଜ ର କିପରି ଉନ୍ନତି ହୋଇପାରିବ ଏହି ବିଷୟ ରେ ଆଲୋଚନା ହୋଇଥିଲା ।