ଭାରତ ଆମେରିକା ର ସବୁଠାରୁ ମିତ୍ରରାଷ୍ଟ୍ର
ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୁଜୁରାଟ ସରକାର ଙ୍କ ତରଫରୁ ବ୍ୟାପକ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି,

ବିମାନବନ୍ଦର ଠାରୁ ୨୨ କିଲୋମିଟର ପର୍ଯ୍ୟନ୍ତ ଏକ କାରକେଡ ରାଲି ରେ ଯାଇ ସାବର ମତି ଆଶ୍ରମରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, ଏହା ପରେ ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିଅମ ଗୁଜୁରାଟ ର୍ ମୋଟରା ଷ୍ଟାଡିଅମ କୁ ଉଦଘାଟନ କରିବା ସହିତ ଏକ ଲମ୍ବା ଭାଷଣ ପ୍ରସଙ୍ଗରେ ଭାରତ ସବୁଠାରୁ ମୋର ମିତ୍ର ରାଷ୍ଟ୍ର କହିବା ସହିତ ଭାରତର ସବୁଠାରୁ ସଫଳତମ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ପ୍ରକାଶ କରିବା ପରେ

ଷ୍ଟାଡିଅମରେ ଏକ ଭାବବିହ୍ଵଳ ପରିବେଶ ସୃଷ୍ଟି ହୋଇଥିଲା, ଆମେରିକା ହୃଦୟରେ ଭାରତ ଏକ ସଫଳତମ ରାଷ୍ଟ୍ର ଭାବେ ଟ୍ରମ୍ପ ପ୍ରକାଶ କରିଥିଲେ,ଏହି ଅବସରରେ ବିଶ୍ୱରେ ଆତଙ୍କବାଦୀଙ୍କୁ ସଫା କରିବାକୁ ହେବ ବୋଲି ପ୍ରକାଶ କରିଥିଲେ,

ଏତଦବ୍ୟତୀତ ମହାତ୍ମା ଗାନ୍ଧୀ,ସ୍ୱାମୀ ବିବେକାନନ୍ଦ, ସଚିନ ତେନ୍ଦୁଲକର, ବିରାଟ କୋହଲି ଓ ବଳିଉଡ଼ର୍ ନାମ ମଧ୍ୟ ନେଇଥିଲେ, ଟ୍ରମ୍ପ ଙ୍କ ଗସ୍ତରେ ମୋଦି ସରକାର ବେଶ ଖୁସି ଥିବାର ଜଣାପଡିଛି।


