ରଘୁନାଥପୁରରେ ଅଗ୍ନିକାଣ୍ଡ ଦୁଇ ବଖରା ଘର ପାଉଁଶ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅନ୍ତର୍ଗତ ବାହାନଡା ପଞ୍ଚାୟତ ଅଧୀନ ରଘୁନାଥପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ରାମଚନ୍ଦ୍ର ହାଁସଦାଙ୍କ ଦୁଇ ବଖରା ଘର ଜଳିଯାଇଛି।ଘର କଡରେ ଥିବା ନଡା ଗଦାରେ ନିଆଁ ଲାଗିଥିବା ଜାଣିବା ପରେ ସ୍ଥାନୀୟଲୋକେ ଖୁଣ୍ଟା ଦମକଳ କେନ୍ଦ୍ରକୁ ଖବର ଦେବା ସହ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ତେବେ ଦମକଳ ବାହିନୀ ନିଆଁ ଆୟତ କରିଥିଲେ ମଧ୍ୟ ନଡା ଗଦା ସହିତ ଉକ୍ତ ଘରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ରାମଚନ୍ଦ୍ର ବିପିଏଲ ବର୍ଗର ହୋଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଧନେଶ୍ୱର ଟୁଡୁ ଓ ରାଜସ୍ୱ ଅଧିକାରୀ ଘଟଣା ସ୍ଥଳ ପରିଦର୍ଶନ କରି ପଲିଥିନ ସମେତ ଆବଶ୍ୟକ ଜରୁରୀ ସହାୟତା ଯୋଗାଇ ଦେଇଥିଲେ। ଘରର ସମସ୍ତ ଆସବାବ ପତ୍ର ଜଳି ଯାଇଥିବା ବେଳେ ତାଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବି ହେଉଛି।