ଯୁବତୀଙ୍କୁ ୫ମାସ ଧରି ଦୁଷ୍କର୍ମ; ଅଭିଯୁକ୍ତ ଅଟକ

ମୁରିବାହାଲ: ଜଣେ ଯୁବତୀଙ୍କୁ ୫ମାସ ଧରି ଦୁଷ୍କର୍ମ କରାଯିବା ଘଟଣାରେ ମୁରିବାହାଲ ପୁଲିସ ଅଭିଯୁକ୍ତକୁ ଅଟକ ରଖିଛି। ପୀଡ଼ିତା ଏବେ ୩ ମାସର ଅନ୍ତଃସ୍ବତ୍ୱା ଅଛନ୍ତି। ମୁରିବାହାଲ ଥାନା ଅଞ୍ଚଳର ଯୁବତୀ ଜଣକ ମେଣ୍ଢା ଚରାଇବା ପାଇଁ ବାହାରକୁ ଯାଇଥାନ୍ତି । ଏହାର ସୁଯୋଗ ନେଇ ତାଙ୍କ ଗ୍ରାମର ଜଣେ ଯୁବକ ଗତ ଅକ୍ଟୋବରରେ ତାଙ୍କୁ ଧମକ ଚମକ ଦେଇ ଦୁଷ୍କର୍ମ କରିଥିଲା। ଏ କଥା କାହାକୁ କହିଲେ ତୁମ ପରିବାର ଲୋକଙ୍କୁ ଜୀବନରୁ ମାରିଦେବି ବୋଲି ସେ ଧମକ ମଧ୍ୟ ଦେଇଥିଲା । ଭୟରେ ଯୁବତୀ ଜଣକ କାହାକୁ ନ କହିବାରୁ ସଂପୃକ୍ତ ଯୁବକ ତାଙ୍କୁ ଧମକ ଦେଇ ବାରମ୍ବାର ଦୁଷ୍କର୍ମ କରିଥିଲା। ଯୁବତୀ ଜଣକ ଏବେ ୩ମାସର ଅନ୍ତଃସ୍ବତା ଥିବା ଜଣାପଡ଼ିବା ପରେ ଗତ ଗୁରୁବାର ମୁରିବାହାଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଧାରା ୩୭୬(୨), ୫୦୬ ଆଇପିସିରେ ମାମଲା(୩୫/୨୦) ହୋଇଛି। ପୀଡ଼ିତାଙ୍କୁ ଡାକ୍ତରୀମାଇନା ପାଇଁ ହସ୍ପିଟାଲକୁ ପଠାଯିବା ସହିତ ଅଭିଯୁକ୍ତକୁ ଅଟକ ରଖାଯାଇଥିବା ଆଇଆଇସି ତାରା ଯସ୍ମିନ ଗୁରିଆ ସୂଚନା ଦେଇଛନ୍ତି।