ଆଠଗଡ଼ର ବିଭିନ୍ନ ଶୈବପୀଠରେ ଚାଲିଛି ଜାଗର ଯାତ୍ରା ।


ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ଆଠଗଡ ସହରର ସମସ୍ତ ଶୈବପୀଠ, ସଂଧ୍ୟାପରଠାରୁ ସ୍ବପନେସ୍ୱର ମନ୍ଦିର, ଶାସନର କାଶୀ ବିଶ୍ୱନାଥ ମନ୍ଦିର, ଗଦାସାହିର ବଡ଼ପୋଖରୀ ଶ୍ରୀନାଥେଶ୍ବର ଶିବମନ୍ଦିର ,

ବିରକିଶୋରପୁର ଶିଦ୍ଧେଶ୍ବର ଶିବ ମନ୍ଦିର ରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ପରିବାର ସହିତ ଆସି ମନ୍ଦିରରେ ଦୀପ ଜାଳୁଥିବା ଦେଖାଯାଇଛି,

ଆଜିର ଦିନରେ ଆଶୁତୋଷଙ୍କ ନିକଟରେ ଯିଏ ଯାହା ମାନସିକ କରେ ଓ ପାଟିରେ ଶିବ ନାଁ ଉଚ୍ଚାରଣ ସାଙ୍ଗକୁ ମହାମୃତୁଞ୍ଜୟ ମନ୍ତ୍ର

ଉଚ୍ଚାରଣ କଲେ ପାପତାପରୁ ମୋକ୍ଷ ମିଳିଥାଏ ବୋଲି ବିଶ୍ୱାସ ରହିଛି, ସବୁ ମନ୍ଦିରରେ ରାତି ୧୧ ଟା ପରେ ମହାଦୀପ ଉଠିବ। ଆଜିର ଦିନରେ ସମୁଦ୍ର ମନ୍ଥନ ରୁ ବାହାରିଥିବା ଗରଳ ବା ବିଷ ପାନ କରି ମହାପ୍ରଭୁ ଯିବ ଜଗତ କୁ ରକ୍ଷା କରିଥିଲେ ।

