ଗ୍ୟାସ ସିଲିଣ୍ଡର ଫାଟି ଜଣେ ଗୁରୁତର, ୩ ବଖରା ଜଳି ପୋଡ଼ି ପାଉଁଶରେ ପରିଣତ, ୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବିଭିନ୍ନ ସାମଗ୍ରୀ ଭସ୍ମୀଭୂତ ।


ନରସିଂପୁର ବ୍ଲକ ଅନ୍ତର୍ଗତ ବାଲିଝରି ନୂଆସାହି ରେ ଆଜି ଏକ ଗ୍ୟାସ ସିଲିଣ୍ଡର ଫାଟି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି,ସୁରେନ୍ଦ୍ର ମହାରଣାଙ୍କ ଝିଅ ମୋନାଲିସା ମହାରଣା ଘରେ ରୋଷେଇ କରୁଥିବା ସମୟରେ ଗ୍ୟାସ ସିଲିଣ୍ଡର ଫାଟି ଯାଇଥିଲା, ଏଥିରେ ମୋନାଲିସାର୍ ୬୦ ଭାଗ ଶରୀର ପୋଡିଯାଇଥିବା ଜଣାପଡିଛି, ମୋନାଲିସା ଙ୍କୁ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ପ୍ରଥମେ ନରସିଂପୁର ମେଡ଼ିକାଲ ଓ ପରେ କଟକ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି, ସିଲିଣ୍ଡର ଫାଟିବା ଘଟଣାରେ ସୁରେନ୍ଦ୍ରଙ୍କ ଘରକୁ ମିଶାଇ ଆଉ ତିନିବଖରା ଘର ସମ୍ପୁର୍ଣ୍ଣ ପୋଡିଯାଇଛି, ନିଆଁକୁ ଆୟତ୍ତ କରିବା ପାଇଁ ବାଲିଝରି ଓ ନରସିଂପୁର ରୁ ଅଗ୍ନିଶମ ବିଭାଗ ର କର୍ମଚାରୀ ମାନେ ଆସି ନିଆଁକୁ ଆୟତ୍ତ କରିଥିଲେ,

ନିଆଁ ଅନ୍ୟ ଅଞ୍ଚଳକୁ ବ୍ୟାପିବା ପୂର୍ବରୁ ଅଗ୍ନିଶମ ବିଭାଗ ର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଦେଇ ଥିଲେ, ଗୁରୁତର ଆହତ ମହିଳାଙ୍କୁ ତୁରନ୍ତ ସରକାରଙ୍କ ତରଫରୁ ଆବଶ୍ୟକୀୟ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ଏହି ଅଗ୍ନିକାଣ୍ଡ ଘଟଣାରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି,
