ହଜିଗଲା ମାନବିକତା, ମୃତଦେହକୁ ରାସ୍ତାକଡରେ ଓହ୍ଲାଇଦେଇ ଚାଲିଗଲା ଅଟୋ ଚାଳକ
ନବରଙ୍ଗପୁର ୧୧।୦୨: ଦୁଇ ଘଣ୍ଟା କାଳ ରାସ୍ତା କଡରେ ପଡ଼ିରହିଲା ମହିଳାଙ୍କ ମୃତଦେହ । ମାନବିକତା ଦେଖେଇଲାନି ଅଟୋ ଚାଳକ ମୃତ ମହିଳାଙ୍କ ପରିବାର ଲୋକ ଶବକୁ ଘରେ ଛାଡ଼ିଦେବାକୁ ଯେତେ କାକୁତି ମିନତୀ ହେଲେ ମଧ୍ୟ ନଶୁଣି ଅତି ନିଷ୍ଟୁର ଭାବେ ମୃତ ମହିଳାଙ୍କ ଶବକୁ ଅଧା ରାସ୍ତାରେ ଛାଡି ଦେଇଛି । ନବରଙ୍ଗପୁର କୋଶାଗୁମୁଡ଼ା ବ୍ଲକ ବି.ଏମ ସେମେଳାର ଡୁମର ଭତରାଙ୍କ ଝିଅ ଉଷା ଭତରା ଗତ ୪ ଦିନ ଧରି ଅସୁସ୍ଥତା କାରଣରୁ କୋଶାଗୁମୁଡ଼ା ମେଡିକାଲରେ ଭର୍ତି ହୋଇଥିଲେ । ଦେହ ଭଲ ନହେବାରୁ ନିଜ ଗାଁ ବି.ଏମ ସେମେଳାକୁ ଫେରେଇ ଆଣିଥିଲେ ପରିବାର ଲୋକ । ମଙ୍ଗଳବାର ଦିନ ପରିବାର ଲୋକ କୋଶାଗୁମୁଡ଼ା ଗାଁରୁ ୪୦ କିଲୋମିଟର ଦୂରରେ ଥିବା ଛତିଶଗଡ଼ର ଆଡ଼ାବାଲ ଗାଁକୁ ଚେରମୁଳି ଚିକିତ୍ସା ପାଇଁ ନେବା ସମୟରେ ଉଷାଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଅଟୋ ଚାଳକ ବଡଆମ୍ବଡା ନିକଟ ରାସ୍ତା କଡରେ ଶବକୁ ଛାଡ଼ିଦେଇ ଚାଲିଯାଇଥିଲା । ଘରକୁ ପହଞ୍ଚାଇଦେବା ପାଇଁ ପରିବାର ଲୋକ ଯେତେ କହିଲେ ବି ଶୁଣି ନଥିଲା ଅଟୋ ଚାଳକ। ବଡଆମ୍ବଡା ସରପଞ୍ଚ କୋଶାଗୁମୁଡ଼ା ମେଡିକାଲ ଫୋନ କରି ମହାପରାୟଣ ଗାଡି ଡାକିଥିଲେ । ଏବଂ ଶବ ସହ ପରିବାର ଲୋକେ ଗାଁରେ ପହଞ୍ଚିଥିଲେ।