ସାଙ୍ଗ ହତ୍ୟା କଲା ସାଙ୍ଗକୁ

ସାଙ୍ଗ ହତ୍ୟା କରିଛି ସାଙ୍ଗକୁ,ତା ପୁଣି ଆଠଗଡ ସହରରେ,ବାପମାଙ୍କ ଏକମାତ୍ର ପୁଅ ସୌମେନ୍ଦ୍ର ଚାକିରୀ କରିବା ପାଇଁ ଆଠଗଡ ଆସି ରେଙ୍ଗାଲି ଦକ୍ଷିଣକେନାଲ କାମ ନେଇଥିବା ଅକ୍ଷୟ ସାହୁଙ୍କ ଶିିିିିିିିବଜ୍ୟୋତି କମ୍ପାନୀ ପାଖରେ ସୁପର ଭାଇଜର ଭାବେ କାମ କରୁଥିଲେ,ସେଠାରେ କାର୍ଯ୍ୟ କରୁଥିବା ବିଶ୍ୱଜିତ ମଧ୍ୟ ଏହି କମ୍ପାନୀ ରେ କାମ କରୁଥିବା ବେଳେ ଉଭୟ ଏକାଠି ଚାନ୍ଦବାଲି ଛକ ଓ ବୀରକିଶୋର ପୁର ମଝିରେ ଏକ ଘର ଭଡା ନେଇ ରହୁଥିଲେ,ସାଇଟ ଉପରେ ବାରମ୍ବାର ସିମେଣ୍ଟ,ରଡ଼ ପ୍ରଭୁତି ଚୋରି ହେଉଥିବାରି ସୌମେନ୍ଦ୍ର ଏହି ଘଟଣା ରେ ମାଲିକଙ୍କୁ ଜଣାଇବା ସହିତ ବିଶ୍ୱଜିତଙ୍କୁ ମଧ୍ୟ ତାଗିଦ କରିଥିଲା,

ଗତ ତିନିଦିନ ତଳେ ଉଭୟ ସାଙ୍ଗ ଘରେ ଖାଇପିଇ ସାରି ସୋଇଯାଇଥିବା ବେଳେ ବିଶ୍ୱଜତ ମୁଣ୍ଡରେ ସବାର ହୋଇଥିଲା ସୌମେନ୍ଦ୍ରକୁ ହତ୍ୟା କରିବା ପାଇଁ, ସୌମେନ୍ଦ୍ର ସୋଇପଡିଥିବା ବେଳେ ବିଶ୍ୱଜିତ ପୂର୍ବ ପ୍ରସ୍ତୁତି କ୍ରମେ ସୌମେନ୍ଦ୍ର ର୍ ମୁଣ୍ଡକୁ ଲୁହା ରଡ଼ ରେ ବାଡେଇ ହତ୍ୟା କରିଥିଲା, ତାର ଶବକୁ ଏକ ବେଡ଼ସିଟ ରେ ଗୁଡ଼ାଇ ବାଇକ ଯୋଗେ ନେଇଯାଇଥିଲା କୋଣସି ଏକ ସ୍ଥାନରେ ପୋତି ଦେବା ପାଇଁ, ହେଲେ ସବୁ ବିଗାଡି ଦେଲା ସିସିଟିଭି କ୍ୟାମେରା,ଗତଦୁଇ ଦିନ ତଳେ ସୌମେନ୍ଦ୍ର ନିଖୋଜ ଥିବା ସମ୍ପର୍କରେ ତାଙ୍କ ବାପା ଆଠଗଡ ଥାନାରେ ଏତେଲା ଦେବା ପରେ ପୋଲିସ ଖାନ୍ତଲାସ ଆରମ୍ଭ କରି ପ୍ରଥମେ ବିଶ୍ୱଜତ କୁ ସନ୍ଦେହରେ ଅଟକ ରଖି ପଚରାଉଚାରା ଆରମ୍ଭ କରିଥିଲା,କିନ୍ତୁ ସବୁ ଖେଳ ବିଗାଡି ଦେଇଥିଲା ସିସିଟିଭି,ଦୁଇ ଯୁବକ ଯେଉଁ ଘରେ ରହୁଥିଲେ ସେହି ଘର ଆଗରେ ଥିବା ଏକ ଦୋକାନ ରେ

ସିସିଟିଭି କ୍ୟାମେରା ଲାଗିଥିଲା,ଆଉ ସେହି ଭିଡ଼ିଓ କୁ ଆଧାର କରି ଆଠଗଡ ପୋଲିସ ଯୁବକକୁ ଧରି ବିଭିନ୍ନ ସ୍ଥାନ ଘୁରି ବୁଲୁଥିଲେ ମଧ୍ୟ ପୋଲିସ ସୌମେନ୍ଦ୍ର ର୍ ଶବ ପାଖରେ ପହଂଚି ପାରି ନଥିଲା,ଶୁକ୍ରବାର ଦିନ ଆସାମୀ ବିଶ୍ୱଜିତ ଚିରୁଗୁଡିଆ ନିକଟ ସାପୁଆ ନଦୀ ଭିତରେ ସୌମେନ୍ଦ୍ର କୁ ପୋତିଥିବା ଦେଖାଇ ଥିଲା,ଆଉ ପୋଲିସ,ସାଇଣ୍ଟ ଫିକ ଟିମ,ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଂଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆଠଗଡ ମେଡ଼ିକାଲ ପଠାଇଛନ୍ତି, ବାପମାଙ୍କ ଏକମାତ୍ର ସନ୍ତାନ ଥିବା ସୌମେନ୍ଦ୍ର କୁ ହରାଇ ତା ପରିବାର ବନ୍ଧୁବାନ୍ଧବ ସମସ୍ତେ ଭାଙ୍ଗି ପଡିଛନ୍ତି, ଏହି ହତ୍ୟାକାଣ୍ଡ ଘଟଣାର ପାରିପାର୍ଶ୍ବିକ କୁ ଦେଖିଲେ ଯାହା ଜଣା ପଡୁଛି ଏହି ଘଟଣାରେ ଏକାଧିକ ଅପରାଧୀ ସମ୍ପୃକ୍ତ ଥିବାର ସନ୍ଦେହ କରାଯାଉଛି,

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଠଗଡ ଥାନାଠାରୁ ଅଧ କିଲୋମିଟର ଓ ଡିଏସପି ଅଫିସ ଠାରୁ ପାଞ୍ଚଶହ ମିଟର ଦୂରରେ ଏକ ଜନଗହଳିପୂର୍ଣ ସ୍ଥାନରେ ଏକ ହତ୍ୟାକାଣ୍ଡ ଘଟଣା ଘଟିଲା କଂଣ୍ ପାଇଁ,ଯଦି ପୋଲିସ ରାତିରେ ପେଟ୍ରୋଲିଂ କରୁଥାନ୍ତା କିମ୍ବା ବୀରକିଶୋର ପୁର ଛକରେ ହୋମଗାର୍ଡ ଡିଉଟି ରେ ଥାନ୍ତେ ତାହେଲେ ନିଶ୍ଚିତ ଭାବେ ଆସାମୀ ଧରା ପଡିଯାଇ ଥାନ୍ତା,ଏଥିରୁ ସ୍ପଷ୍ଟ ହେଉଛି ଆଠଗଡ ପୋଲିସ ର୍ ରାତ୍ରି ପେଟ୍ରୋଲିଂ ହେଉନାହିଁ,ଏହି ଘଟଣା ସହିତ ଅନ୍ୟ ଯେଉଁମାନେ ଜଡିତ ଅଛନ୍ତି ତାକୁ ଖୋଜି ବାହାର କରିବାକୁ ମୃତକ ପରିବାର ଲୋକେ ଦାବି କରିଛନ୍ତି, ଜଣେ ସାଙ୍ଗ ଅନ୍ୟଜଣେ ସାଙ୍ଗର ଜୀବନ ନେଇଯିବା ଘଟଣା ଆଠଗଡ ସହରରେ ଚର୍ଚ୍ଚାର ବିଷୟ ହୋଇଛି,ଏଠି ଆଉ ସାଧାରଣ ଲୋକ ସୁରକ୍ଷିତ ନଥିବା ଆଲୋଚନା ହେଉଛି।