ସାଂସଦଙ୍କର ବି.ଏ ସାର୍ଟିଫିକେଟ୍ ବୈଧ କି ?

ଭୁବନେଶ୍ୱର : ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ପ୍ରତିକ୍ରିୟାକୁ ନେଇ କଂଗ୍ରେସ ପୁଣି ଆପତି ଉଠାଇଛି । କଂଗ୍ରେସ କହିଛି, ଅନୁଭବଙ୍କ ବିରୁଦ୍ଧରେ କଂଗ୍ରେସ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିବାକୁ ଯାଇ ସାଂସଦ ଯେଉଁ ଲିଖିତ ପ୍ରେସ୍ ଇସ୍ତାହାର ଦେଇଛନ୍ତିି, ସେଥିରେ ପରୋକ୍ଷରେ ସେ ଅଭିଯୋଗକୁ ସ୍ୱୀକାର କରିଛନ୍ତିି । କାରଣ ସେଥିରେ ସେ ଶିକ୍ଷାଗତ ପ୍ରମାଣ ସମ୍ପର୍କରେ କିଛି କହି ନାହାନ୍ତି । ଯଦି କଂଗ୍ରେସ ତାଙ୍କ ବିରୋଧରେ ମିଛ ଅଭିଯୋଗ କରୁଛି, ତେବେ ସାଂସଦଙ୍କର ବି.ଏ ସାର୍ଟିଫିକେଟ୍ ବୈଧ କି ନୁହେଁ । ବିନା ମାଇଗ୍ରେସନ୍ ସାର୍ଟିଫିକେଟ୍ରେ ଏକ ରାଜ୍ୟ ବାହାରର ବିଶ୍ୱ ବିଦ୍ୟାଳୟରେ ନାମ ଲେଖାଇଲେ କେମିତି? ରେଜିଷ୍ଟ୍ରେସନ ନଂ -୧୪୧୦୮/୨୦୦୩ରେ ସାଂସଦ ଅନୁଭବ ମହାନ୍ତିି ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନସ୍ଥ କନ୍ଦରପୁର କଲେଜର ଛାତ୍ର କି ନୁହେଁ ଏବଂ ଅଦ୍ୟାବଧି ପାସ୍ କରିନଥିବା କଥା ସତ କି ମିଛ? ଏ ସମସ୍ତ ପ୍ରଶ୍ନର ଉତର ତଥ୍ୟ ପ୍ରମାଣ ସହ ଦିଅନ୍ତୁ ବୋଲି ବୋଲି କଂଗ୍ରେସ ନେତା ତଥା ଆଇନ୍ଜୀବୀ ନିଶିକାନ୍ତ ମିଶ୍ର ପ୍ରକାଶ କରିଛନ୍ତିି ।

ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଛନ୍ତି, ଆଶା କରାଯାଉଥିଲା ଅନୁଭବଙ୍କ ବିରୋଧରେ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିବା ପରେ ସାଂସଦ ସମସ୍ତ ଦସ୍ତାବିଜ୍ ସହ ତାଙ୍କର ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ପ୍ରମାଣପତ୍ର ଦେଖାଇ ପ୍ରତିପକ୍ଷଙ୍କୁ ଚୁପ୍ କରିବା ପାଇଁ ଚେଷ୍ଟା କରିବେ । କିନ୍ତୁ ତାହା ନକରି ନିଜର ପୁରୁଣା ଶୈଳୀରେ ଆଇନ୍କାନୁନ୍କୁ ବାଏଁ ବାଏଁ ଉଡାଇ ଦେବା ପାଇଁ ଚେଷ୍ଟା କରିଛନ୍ତିି । କଂଗ୍ରେସର ପ୍ରଶ୍ନର ଉତର ଦେଇନାହାନ୍ତି ବରଂ ଆଇନ୍ ଅନୁଯାୟୀ ସେ ତାଙ୍କର ଶିକ୍ଷା ସମାପ୍ତ କରି ତଦନୁଯାୟୀ ସତ୍ୟପାଠ ମାଧ୍ୟମରେ ନିର୍ବାଚନ କମିଶନଙ୍କ ନିକଟରେ ଦେଇଥିବା କଥା ସଫେଇ ଦେଇଛନ୍ତିି ଓ କଂଗ୍ରେସ ଅସହିଷ୍ଣୁତା ହୋଇ ଏଭଳି ଅଭିଯୋଗ କରିଛି ବୋଲି କହୁଛନ୍ତିି ।
ପ୍ରଦେଶ କଂଗ୍ରେସ ପଚାରି ଥିବା କୌଣସି ଗୋଟିଏ ଉତର ଦେଇପାରିନଥିବା ବେଳେ ଭାବମୂର୍ତି ଓ କେନ୍ଦ୍ରାପଡାର ବିକାଶ କଥା କହି ପ୍ରସଙ୍ଗକୁ ଟାଳି ଦେବାକୁ ଚେଷ୍ଟା କରିଛନ୍ତି । ଯଦି କଂଗ୍ରେସ କରିଥିବା ଅଭିଯୋଗ ମନଗଢ଼ା ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ, ତେବେ ସାଂସଦ ଆଇନର ଆଶ୍ରୟ ନ ନେଇ କ\’ଣ ପାଇଁ ଖସିଯିବାକୁ ଚେଷ୍ଟା କରୁଛନ୍ତିି । ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ଆଇନ୍ର ଆଶ୍ରୟ ନେଲେ ତାଙ୍କ ଅସଲ ଚେହେରା ପଦାରେ ପଡିଯିବ । ତେଣୁ ସିଧା ସଳଖ ନହେଲେ ମଧ୍ୟ ପରୋକ୍ଷରେ କଂଗ୍ରେସ କରିଥିବା ଅଭିଯୋଗକୁ ସାଂସଦ ସ୍ୱୀକାର କରିଛନ୍ତିି । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଜିନେଶ ଦାସ, ନରେଶ ମହାନ୍ତିି, ମନୋରଂଜନ ଦାଶ, ପ୍ରକାଶ ମିଶ୍ର, ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।