#Exclusive

ତାତିଲା ମେହେନ୍ତର ସଙ୍ଘ

ଆଠଗଡ ସହରରେ ଉଡ଼ିଲାଣି ଅଳିଆ,ଗତ ୧୪ ଦିନ ଧରି ଆଠଗଡ ସହରରେ ସଫେଇ କର୍ମଚାରୀ ମାନେ ସେମାନଙ୍କର ନ୍ୟାର୍ଯ୍ୟ ଦାବି ନେଇ ଆନ୍ଦୋଳନ କରିଦେଇଥିବା ଯୋଗୁ ଏବେ ଆଠଗଡ ସହର ଅଳିଆ ଗଦା ରେ ପରିଣତ ହୋଇଛି, ଆଠଗଡ ଏନ୍ଏସି ଗଠନ ହେବାର ଇତି ମଧ୍ୟରେ ୪୩ ବର୍ଷ ବିତିଯାଇଥିଲେ ମଧ୍ୟ ଆଜିର ଦିନରେ ମାତ୍ର ୪ ଜଣ ସଫେଇ କର୍ମଚାରୀ ସ୍ଥାୟୀ ଭାବେ କାର୍ଯ୍ୟ କରୁଛନ୍ତି, ଅନ୍ୟ ୪୦ ରୁ ଉର୍ଦ୍ଧ୍ବ ସଫେଇ କର୍ମଚାରୀ ମାନେ ଦୈନିକ ମଜୁରୀ ରେ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କର ସ୍ଥାୟୀତ୍ୱ କୁ କେବେ ହେଲେ ଏନ୍ ଏ ସି ବିଚାର କରିନାହିଁ, ବରଂ ଅନେକ ସମୟରେ ସେମାନଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି, ଗୋଟିଏ ପଟେ ସଫେଇ କର୍ମଚାରୀ ଙ୍କ ଆନ୍ଦୋଳନ ଅନ୍ୟପଟେ ସହରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ସାଧାରଣ ଲୋକଙ୍କୁ ଅନେକ କଷ୍ଟ ଦେଇଛି,ଏହାରି ଭିତରେ ନା ଆଠଗଡ ପ୍ରଶାସନ କିଛି ବୁଝୁଛି, ନା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବୁଝୁଛନ୍ତି କିମ୍ବା ଏଠାକାର ବିଧାୟକ ଏହା ଉପରେ କିଛି ହସ୍ତକ୍ଷେପ କରୁଛନ୍ତି,ଇତି ମଧ୍ୟରେ ୧୪ ଦିନ ବିତିଯାଇଥିଲେ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ କେହିବି ମୁହଁ ଖୋଲୁ ନାହାଁନ୍ତି, ଆମକୁ ଯାହା ଲାଗୁଛି ବିଜେଡି କବଜା ରେ ପୂର୍ବରୁ ଥିବା ଏହି ସଫେଇ କର୍ମଚାରୀ ସଂଘର ଦାବି ଯେତେବେଳେ ପୂରଣ ହୋଇପାରି ନଥିଲା ଆଉ ଏବେ ସଫେଇ କର୍ମଚାରୀ ସଂଘ ରାମଙ୍କ କବଜାରେ ଥିବାରୁ ଏହି ସଙ୍ଘ କେତେଦୂର ସେମାନଙ୍କର ନ୍ୟାର୍ଯ୍ୟ ଦାବି ହାସଲ କରି ପାରୁଛନ୍ତି ତାହା ଦେଖିବାକୁ ବାକି ରହିଲା,ଏହାରି ଭିତରେ ଉଦୟଲାବଣ୍ୟ ସମ୍ବାଦପତ୍ର ସଫେଇ କର୍ମଚାରୀ ଙ୍କ ଆନ୍ଦୋଳନ କୁ ନୈତିକ ସମର୍ଥନ ଦେଇଛି।

Leave a comment

Your email address will not be published. Required fields are marked *