ମହାକାଳବସ୍ତ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ।


ଆଠଗଡ ବ୍ଲକ ମହାକାଳବସ୍ତ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି, ସ୍କୁଲ ପରିଚାଳନା କମିଟି ସଭାପତି ଅପର୍ତ୍ତି ପୁହାଣ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଆଠଗଡ ତହସିଲଦାର ତପନ କୁମାର ଖୁଣ୍ଟିଆ, ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଡ଼ ନାରାୟଣ ପଣ୍ଡା, ସମ୍ମାନିତ ଅତିଥି ଭାବେ ଆଠଗଡ ବ୍ଲକ ଶିକ୍ଷା ଅଧିକାରୀ ଅକ୍ଷୟ କୁମାର ନାୟକ, ସରପଞ୍ଚ ସାବିତ୍ରୀ ରାଉତ, ଯୁବନେତା ଆଲୋକ କୁମାର ବଳିୟାରସିଂ ପ୍ରମୁଖ ଯୋଗଦେଇଥିବା ବେଳେ ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ ପ୍ରଧାନଶିକ୍ଷକ ଅଜୟ କୁମାର ମହାପାତ୍ର ଓ ଚତୁର୍ଭୁଜ ସ୍ୱାଇଁ, ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ଶିକ୍ଷକ ଶ୍ରୀପତି କୁମାର ଦାସ,ଏହି ଅବସରରେ ପୂର୍ବତନ ଶିକ୍ଷକ ଗଦାଧର ନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପାଠ ପଢିବା ପାଇଁ ପାଠ ପଢ଼ିଲେ ହେବ ନାହିଁ ପାଠ ପଢି ନିଜକୁ ଗଢି ତୋଳିବାକୁ ପାଠ ପଢାଯାଏ ବୋଲି କହିଥିଲେ ମୁଖ୍ୟ ଅତିଥି । ମୁଖ୍ୟବକ୍ତା ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନଙ୍କ ଉଦ୍ଦେଶ୍ୟରେ କହିଥିଲେ କି ଆଜିକାଲି ପିଲା ମାନଙ୍କ ସହିତ ଅଭିବାବକ୍ ମାନେ ପାଠ ପଢିବା ଜରୁରୀ ହୋଇ ପଡ଼ିଛି ଏବଂ ଅଭିଭାବକ ମାନଙ୍କୁ ପିଲା ମାନଙ୍କୁ ମୋବାଇଲ ଦେବା ପାଇଁ ମନା କରିଥିଲେ । ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।


