#Vastu & Astrology

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹
ଅଦ୍ୟ ଜାନୁଆରୀ ୩୧ ତାରିଖ ୨୦୨୦ମସିହା(ଶୁକ୍ରବାର)
ଶକାବ୍ଦ -୧୯୪୧
ସମ୍ବତ -୨୦୭୬
ସାଲ-୧୪୨୭
ସମ୍ବତ୍ସର -ପ୍ରମାଥୀ
ମାଘ -ଶୁକ୍ଳପକ୍ଷ
ତିଥି – ଷଷ୍ଠୀ ଦିବା ଘ ୦୪/୧୦ ପର୍ଯ୍ୟନ୍ତ ସପ୍ତମୀ ନକ୍ଷତ୍ର-ରେବତୀ ରାତ୍ରି ଘ୦୬/୫୭ ପର୍ଯ୍ୟନ୍ତ ତଦନ୍ତେ ଅଶ୍ବିନୀ ଚନ୍ଦ୍ର-ମୀନ ରାତ୍ରି ଘ୦୬/୫୭ ପର୍ଯ୍ୟନ୍ତ ତଦନ୍ତେ ମେଷ
ଯୋଗ-ସିଦ୍ଧି
କରଣ-ତୈତିଳ
ସୂର୍ଯ୍ୟ -ମକର ୧୭ ଦିନ


ସୁର୍ୟୋଦୟ -ପ୍ରାତଃ ଘ୦୬/୨୬/୦୮

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୩/୩୩

ଯୋଗିନୀ ପଶ୍ଚିମେ ଦିବା ଘ୦୪/୦୨ ଗତେ ବାୟବ୍ୟେ
ଧନୁ ରାଶିର ଘାତଚନ୍ଦ୍ର ବିଛା,ଧନୁ ଓ ମୀନ ରାଶିର ଘାତବାର

ଅଦ୍ୟ ଷଷ୍ଠୀର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ।

କାଳବେଳା ଓ ବାରବେଳା- ଦିବା ଘ୦୯/୧୫ଗତେ ଘ୧୨/୦୪ମଧ୍ୟେ


ଅମୃତବେଳା- ଦିବା ଘ୦୭/୫୫ମଧ୍ୟେ ଓ ଘ୦୧/୧୨ଗତେ ଘ୦୨/୩୬ମଧ୍ୟେ
ମାହେନ୍ଦ୍ରବେଳା- ଦିବା ଘ୦୭/୫୦ ଗତେ ଘ୦୯/୧୩ମଧ୍ୟେ ଓ ଘ୧୨/୧୧ଗତେ ଘ୦୧/୨୩ମଧ୍ୟେ


*ଅଦ୍ୟ ନିମ୍ବ ଦିବାଘ୦୪/୦୧ଗତେ ତାଳ ଭକ୍ଷଣ ନିଷେଧ
**
———————-
ମେଷ 👉
ଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ପରିବାର ଓ ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ୍‌ ହେବେ। ଯାନବାହନରେ ସତର୍କ ରୁହନ୍ତୁ, ଅନ୍ୟଥା ସମସ୍ୟା ଆସିପାରେ।

ବୃଷ 👉
ପାରିବାରିକ କ୍ଷେତ୍ରରେ କାହାର ଛୋଟ କଥାକୁ ଧରି ବସିବା ଠିକ୍‌ ହେବନାହିଁ। ଆଜିର ବନ୍ଧୁମିଳନ ପ୍ରକୃଷ୍ଟ ସମୟ କହିଲେ ଅତ୍ୟୁକ୍ତି ହେବନାହିଁ। ବ୍ୟବସାୟ, କଚେରି ମାମଲା, ପରିବହନ ଦିଗରୁ ଲାଭବାନ୍‌ ହେବେ। ଶ-ନାମାକ୍ଷର ବ୍ୟକ୍ତିମାନେ କର୍ମକ୍ଷେତ୍ର କିମ୍ବା ଆନୁଷ୍ଠାନିକ କାମରେ ଦୃଢ଼ ପଦକ୍ଷେପ ଗ୍ରହଣ କରି କାମ ହାସଲ କରିବେ।

ମିଥୁନ👉
ଆକସ୍ମିକ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଆପଣଙ୍କ ସକାଶେ କିଛି ଅସୁବିଧା ସୃଷ୍ଟି ହୋଇପାରେ। ବହୁଦିନରୁ ରହିଯାଇଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟରେ ଲାଭ ମିଳିବ, ମାତ୍ର ପରିସ୍ଥିତିବଶତଃ ଅନ୍ୟ ବାଟରେ ବ୍ୟୟ ହୋଇଯିବା ସୂଚନା ରହିଛି।

କର୍କଟ 👉
ଆଜି ବିଭିନ୍ନ ପ୍ରକାର ଘଟଣା ପ୍ରବାହଜନିତ ମାନସିକ ଅସ୍ଥିରତା କାରଣରୁ ଲାଗି ରହିବ। ଅ-ନାମାକ୍ଷର ବ୍ୟକ୍ତି ପରୋକ୍ଷଭାବେ ଶତ୍ରୁତା କରୁଥିବା ଲୋକ ବିଷୟରେ ବନ୍ଧୁଙ୍କ ସହ ଆଲୋଚନା ଜାରି ରଖିଲେ ଉପକୃତ ହୋଇପାରିବେ। କୌଣସି ବନ୍ଧୁ ସ୍ବତଃପ୍ରବୃତ୍ତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିବା ସମ୍ଭାବନା ରହିଛି।

ସିଂହ 👉
ରାଜନୈତିକ କ୍ଷେତ୍ରରେ ଅସଫଳ କାମଗୁଡ଼ିକର ସମୀକ୍ଷା କରିପାରନ୍ତି। ବ-ନାମାକ୍ଷର ବ୍ୟକ୍ତିମାନେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରିବେ। ଆଗାମୀ କାଲିର ମାଙ୍ଗଳିକ କାର୍ଯ୍ୟ ସକାଶେ ପ୍ରସ୍ତୁତିପର୍ବ ଜୋର୍‌ଦାର କରିପାରନ୍ତି। କୌଣସି ଆତ୍ମୀୟଙ୍କ ଅସହଯୋଗ ଓ ପରୋକ୍ଷ ସମାଲୋଚନାରେ କ୍ଷୁବ୍ଧ ହୋଇପାରନ୍ତି।

କନ୍ୟା 👉
ଆଜି ବନ୍ଧୁଙ୍କ ପରାମର୍ଶାନୁଯାୟୀ କିଛି ନୂତନ କାମ ଆରମ୍ଭ କରିବା ସକାଶେ ଚେଷ୍ଟା କରିପାରନ୍ତି। ପାରିବାରିକ କ୍ଷେତ୍ରରେ କୌଣସି ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ। ଘ-ନାମାକ୍ଷର ବ୍ୟକ୍ତି ସାଙ୍ଗଠନିକ ସ୍ତରରେ ନେତୃତ୍ୱ ନେଇ କିମ୍ବା ପ୍ରଶାସନିକ ସ୍ତରରେ ଦକ୍ଷତାଭିତ୍ତିକ ପ୍ରଶଂସନୀୟ କାମ କରିବେ।

ତୁଳା 👉
ପ୍ରତ୍ୟେକ ସ୍ତରରେ ସମସ୍ତ ପ୍ରକାର ସୁବିଧା ଥିଲେ ମଧ୍ୟ କେତେକ କାମ ଅଧୁରା ରହିଯିବା ଆଶଙ୍କା ଦେଖାଦେବ। ବ୍ୟବସାୟ,ପରିବହନ ,କ୍ରୀଡ଼ା ଓ ଚଳଚ୍ଚିତ୍ରରେ, ସଭାସମିତିରେ ସମସ୍ୟା ସମାଧାନ ହେବ। ପୁଷ୍ୟା ନକ୍ଷତ୍ରର ବୃଦ୍ଧ ପିତାମାତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ।

ବିଛା 👉
ଆପଣ ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ପାରିବାରିକ ସ୍ଥିରତା ହଠାତ୍‌ ଆସି ନ ପାରେ। ମ-ନାମାକ୍ଷର ବ୍ୟକ୍ତିମାନେ ସତର୍କରେ ନ ଚଳିଲେ ବିବାଦ ଘେରରେ ପଡ଼ିପାରନ୍ତି। ବୁଦ୍ଧିଜୀବୀମାନଙ୍କ ଦ୍ୱାରା ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ହଠାତ୍‌ କୌଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ।

ଧନୁ👉
ଆଜି ଆପଣ ଆତ୍ମୀୟସ୍ବଜନ କିମ୍ବା ପାଖ ପଡ଼ୋଶୀଙ୍କ ଠାରୁ ସହଯୋଗ ଲାଭକରି କାମଟିକୁ ପୂରା କରିପାରିବେ। ପ-ନାମାକ୍ଷର ବ୍ୟକ୍ତିଙ୍କ ଜମିଜମା, ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇପାରେ।

ମକର👉
ଆଜି ଏଣୁତେଣୁ ଗୁଡ଼ାଏ କଥା ମନରେ ସ୍ଥାନ ଦେବା କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ପିଲାଙ୍କ ଆଚରଣରେ ପରିବର୍ତ୍ତନ ଆସିପାରେ,ଏଣୁ ମନଟା ସାମୟିକ ଭାବରେ ଗୋଳମାଳିଆ ରହିବ। ପରିବାରରେ ସୁଖଶାନ୍ତି ସାଙ୍ଗକୁ ସ୍ଥଗିତ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରିବ।

କୁମ୍ଭ👉
ଅନ୍ତର୍ନିହିତ ଉଦ୍ଦେଶ୍ୟକୁ ଗୋପନ ରଖି ମନ ବୁଝିଲା ଭଳି କଥା କହି ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ। ନ-ନାମାକ୍ଷର ବ୍ୟକ୍ତିମାନେ ମନୋରଞ୍ଜନ, ବନ୍ଧୁ ମିଳନ, ଆଲୋଚନା, ସମିତି କିମ୍ବା ଯାତ୍ରା ପାଇଁ ଆଗ୍ରହୀ ହୋଇପାରନ୍ତି। କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନରେ ଟେନ୍‌ସନ ବଢ଼ିପାରେ।

ମୀନ👉
ଯୋଜନାକୁ କାର୍ଯ୍ୟକାରୀ କରିବା ବିଷୟରେ ବନ୍ଧୁଙ୍କ ସହ ଖୋଲାଖୋଲି ଆଲୋଚନା କରିବା ଭଲ ହେବ। ବିବାଦୀୟ ଘଟଣା ସକାଶେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି, ସେଥିରେ କିଛି ହେବ ନାହିଁ। ଯାତ୍ରା ସମୟରେ କଥା ଦେଇଥିବା ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇ ପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଭାବିଚିନ୍ତି କାମ କରିବା ଭଲ ହେବ

Leave a comment

Your email address will not be published. Required fields are marked *