୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଆଠଗଡ ସଦର ମହକୁମାର ବିଶ୍ୱନାଥ ମିନି ଷ୍ଟାଡିଅମ ଠାରେ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି,ଆଠଗଡ ଉପଜିଲ୍ଲାପାଳ ଅମୀୟ କୁମାର ସାହୁ ଜାତୀୟ ପତାକା ଉତ୍ତୋଳନ କରି ମିଳିତ ପରେଡ଼ରେ ଅଭିବାଦନ ଗ୍ରହଣ କରି ଜାତି ଉଦେଶ୍ୟରେ ଶ୍ରୀ ସାହୁ ବକ୍ତବ୍ୟ ରଖିଥିଲେ,ଆଠଗଡ ସହରର ପ୍ରାୟ ସମସ୍ତ ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନେ ମିଳିତ ପରେଡ଼ରେ ଯୋଗଦେଇ ବେଶ ଚିତାକର୍ଷକ ପରେଡ଼ ଅନୁଷ୍ଠିତ ହୋଇଥିଲା, ସାଧାରଣତନ୍ତ୍ର ଦିବସ ଅବସରରେ ଶ୍ରେଷ୍ଠ କୃଷକ ଭାବେ ନରସିଂପୁର ଅଂଚଳର ଚାଷୀ ଲଷ୍ମୀକାନ୍ତ ପ୍ରଧାନ ଙ୍କୁ ଦିବାକର ପଟ୍ଟନାୟକ ଆୱାର୍ଡ ରେ ସମ୍ବର୍ଦ୍ଧିତ କରାଯାଇଥିଲା,ଶ୍ରେଷ୍ଠ ହୋମଗାର୍ଡ ଭାବେ ସଂଜୁଲତା ଘଟୁଆଳ, ଗଭା ରାଉତ କୁ ସମ୍ବର୍ଦ୍ଧିତ କରାଯାଇଥିଲା,ଏତଦବ୍ୟତୀତ ବିଭିନ୍ନ ବିଭାଗ ରେ କୃତିତ୍ୱ ହାସଲ କରିଥିବା ବିଶିଷ୍ଟ ବ୍ୟକ୍ତି ତଥା ପରେଡ଼ରେ ଅଂଶଗ୍ରହଣ କରିଥିବା ଦଳ ମାନଙ୍କୁ ଉପଜିଲ୍ଲାପାଳ ପୁରସ୍କୃତ କରିଥିଲେ।



