ଉତ୍କଳ ସାମ୍ବାଦିକ ସଙ୍ଘ ର ୭୫ତମ ପ୍ରତିଷ୍ଠା ଦିବସ ପାଳିତ ।

ଉତ୍କଳ ସାମ୍ବାଦିକ ସଙ୍ଘ ର ୭୫ତମ ପ୍ରତିଷ୍ଠା ଦିବସ ସମାରୋହ ବିଜୁ ପଟ୍ଟନାୟକ ସାମ୍ବାଦିକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଓଡ଼ିଶାର ଶତାଧିକ ସାମ୍ବାଦିକ ଏହି ପ୍ରତିଷ୍ଠା ଦିବସ ରେ ଯୋଗ ଦେଇ ନିଜ ନିଜର ମତାମତ ରଖିଥିଲେ। ଏହି ପ୍ରତିଷ୍ଠା ଉତ୍ସବ ରେ ଭୁବନେଶ୍ୱରର୍ ପୂର୍ବତନ ସାଂସଦ ଡଃ ପ୍ରସନ୍ନ ପାଟଶାଣୀ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ,ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି, ଶ୍ରମିକ ନେତା ତଥା କୋଠାବାଡ଼ି ନିର୍ମାଣ ଶ୍ରମିକ ସଂଘ ସଭାପତି ସୁବାସ ସିଂ,ସମାଜ ମଙ୍ଗଳ ମହିଳା ସମିତି ଅଧ୍ୟକ୍ଷା ଡ଼ଃ କସ୍ତୁରୀ ମହାପାତ୍ର,ହାଉସିଂ ବୋର୍ଡ଼ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର,,ମହାବିଦ୍ୟାଳୟ ସଭାପତି ସୀତାବଳଭ ମହାପାତ୍ର, ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ଜିମୁତ ମଙ୍ଗରାଜ,ସମ୍ପାଦକ ବେଣୁଧର ପଣ୍ଡା ପ୍ରମୁଖ ଯୋଗଦେଇ ଉତ୍କଳ ସାମ୍ବାଦିକ ସଂଘ ର ପ୍ରତିଷ୍ଠା ଦିବସ ରେ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।ପ୍ରାରମ୍ଭରେ ସାମ୍ବାଦିକ ମହାବିଦ୍ୟାଳୟ ର୍ ଛାତ୍ରୀମାନେ ରାଜ୍ୟର 30 ଗୋଟି ଜିଲ୍ଲାରୁ ଆସିଥିବା ଶତାଧିକ ସାମ୍ବାଦିକଙ୍କୁ ସ୍ୱାଗତ କରିଥିଲେ।ଏହି ପ୍ରତିଷ୍ଠା ଉତ୍ସବ ରେ ଶ୍ରମିକ ନେତା,ତଥା ବିଜୁ ଜନତା ଦଳ ମୁଖପାତ୍ର ସୁବାସ ସିଂ ସାମ୍ବାଦିକଙ୍କ ସବୁ ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ ଶୀଘ୍ର ପଦକ୍ଷେପ ନେଇ ସରକାର ଙ୍କ ତରଫରୁ ବିଭିନ୍ନ ପ୍ରକାରର ସାହଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି,ହାଉସିଂ ବୋର୍ଡ଼ ଅଧ୍ୟକ୍ଷ ପ୍ରିୟବ୍ରତ ମିଶ୍ର କହିଥିଲେ ଭୁବନେଶ୍ୱର ରେ ଖୁବଶୀଘ୍ର ସାମ୍ବାଦିକ ମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ଗୃହ ଯୋଗାଇ ଦେବାକୁ ଗୃହନିର୍ମାଣ ବିଭାଗ ନିଷ୍ପତି ନେଇଛି ବୋଲି ପ୍ରକାଶ କରିଥିଲେ।



