ଛାତ୍ରଛାତ୍ରୀ ମାନଙ୍କ ଆନ୍ଦୋଳନ ଦେଖି ମନ୍ତ୍ରୀ ଛାନିଆ । ତରତର ହୋଇ କହିଲେ ଏଥର ଲାଗୁ ହବନି ।


ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ଫେଲ ହେଲେ ଆଉ ଦ୍ୱିତୀୟ ବର୍ଷକୁ ଯାଇ ପାରିବେ ନାହିଁ ବୋଲି ଗଣ ଶିକ୍ଷାମନ୍ତ୍ରୀ କହିବା ପରେ ଆଜି ଠାରୁ ସାରା ରାଜ୍ୟରେ ଛାତ୍ରଛାତ୍ରୀ ତାତି ଛନ୍ତି ଓ ରାଜରାସ୍ତାକୁ ଓଲ୍ହାଇ ରାସ୍ତାରୋକ କରିବା ଘଟଣା ଦେଖିବାକୁ ମିଳିଛି,ଭୁବନେଶ୍ବର ରେ ଅନେକ ମହାବିଦ୍ୟାଳୟ ର୍ ଛାତ୍ରଛାତ୍ରୀ ମାନେ ରାଜରାସ୍ତାକୁ ଆସି ଟାୟାର ଜାଳି ରାସ୍ତାରୋକ କରିଥିଲେ,କଟକ ଜିଲା ତିଗିରିଆ ଠାରେ ପ୍ରସନମଣୀ ମହାବିଦ୍ୟାଳୟ ର୍ ଛାତ୍ରଛାତ୍ରୀ ମାନେ ରାସ୍ତାରୋକ କରିବା ସହିତ ଟାୟାର ଜାଳିବା ଦେଖାଯାଇଥିଲା, ସମସ୍ତ ଛାତ୍ରଛାତ୍ରୀ ଗଣଶିକ୍ଷା ବିଭାଗ ର୍ ଏଭଳି ନିଷ୍ପତିକୁ ବିରୋଧ କରିବାରୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଗକୁ ଆସି ଗଣମାଧ୍ୟମ ଆଗରେ ଚଳିତ ବର୍ଷ ଠାରୁ ଏହି ନିୟମ ଲାଗୁ ନକରିବା ପାଇଁ ନିଷ୍ପତ୍ତି ନେଇଛନ୍ତି, ହେଲେ ଆସନ୍ତା ବର୍ଷ ଠାରୁ ଏହି ନିୟମ ଲାଗୁ ହେବବୋଲି ଗଣଶିକ୍ଷା ମନ୍ତ୍ରୀ ପ୍ରକାଶ କରିଛନ୍ତି।
