ପୁଣି ଖାକିରେ ଦାଗ; ସହକର୍ମୀଙ୍କ ସାଢେ ୪ ବର୍ଷର ଶିଶୁକୁ ଦୁଷ୍କର୍ମ, କନେଷ୍ଟବଳ ଗିରଫ

ପାରାଦୀପ: ପୁଣି ଖାକି ପୋଷାକରେ ଲାଗିଛି ଦାଗ। ଜଗତସିଂହପୁର ପାରାଦୀପ ଅଞ୍ଚଳରେ ଜଣେ ସାଢେ ୪ ବର୍ଷର ଶିଶୁକୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ କନେଷ୍ଟବଳ ଗିରଫ ହୋଇଛନ୍ତି। ସିଆଇଏସଏଫ୍ର ମୁଖ୍ୟ କନେଷ୍ଟବଲ ଏମ୍.କାଣ୍ଡାସ୍ବାମୀଙ୍କୁ ଅଭୟଚାନନ୍ଦପୁର ପୁଲିସ ଗିରଫ କରିଛି। ଅଭିଯୁକ୍ତ କନେଷ୍ଟବଳର ଘର ତାମିଲନାଡୁରେ କିନ୍ତୁ ସେ ସିଆଇଏସଏଫ୍ ବାରାକ୍ରେ ରହୁଥିଲେ। ପଡୋଶୀ ଘରର ଝିଅକୁ ଚକୋଲେଟ୍ ଲୋଭ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡିତାକୁ ଡାକ୍ତରୀ ମଇନା ପାଇଁ ଜଗତସିଂହପୁର ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ପୀଡିତାଙ୍କ ବାପା ମଧ୍ୟ ସିଆଇଏସଏଫ୍ ର କନେଷ୍ଟବଳ ଥିବା ବୋଲି ଜଣାପଡିଛି।