ଆରତୀ ପ୍ଲାଣ୍ଟ ରେ ଦୁର୍ଘଟଣା । ୭୦ ଭାଗ ପୋଡି ହୋଇଗଲେ ଯୁବ ଶ୍ରମିକ ।

କଟକ ଜିଲ୍ଲା ଅନ୍ତର୍ଗତ ଆଠଗଡ ବ୍ଲକ ର ଘଣ୍ଟିଖାଲ ଠାରେ ସ୍ଥାପିତ ଆରତୀ ଷ୍ଟିଲ କାରଖାନାରେ ଏକ ଅଘଟଣ ଘଟି ଜଳିଗଲେ ଶ୍ରମିକ।ଘଟଣା ରୁ ପ୍ରକାଶ ଯେ ମହାକାଳବସ୍ତ ପଂଚାୟତ ର ମଞ୍ଜାରିପଦା ଗ୍ରାମର ସମୀର ବେଉରା ନାମକ ଶ୍ରମିକ ଆରତୀ ଷ୍ଟିଲ ପ୍ଲାଣ୍ଟରେ ସି ଫରନେସ ରେ ହାଉସ କିପର ଭାବେ କାର୍ଯ୍ୟ କରୁଥିଲେ,ଆଜି ସକାଳ ଆଠଟା ସମୟରେ ଫରନେସ ଭାଟି ନିକଟରେ ଥିବା ରୁମରେ କାର୍ଯ୍ୟ କରୁଥିବା ସମୟରେ ଫରନେସ ଭାଟିରୁ ନିଆଁ ପଡି ସମୀରଙ୍କ ପିଠିରେ ନିଆଁ ଲାଗି ଯାଇଥିଲା, ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ର ଅଶ୍ୱନୀ ହସ୍ପିଟାଲର ଟ୍ରମା ସେଣ୍ଟର ରେ ଭର୍ତ୍ତି କରାଯାଇଛି,ଏବେବି ତାଙ୍କ ଶରୀର ୬୦ ଭାଗରୁ ଅଧିକ ପୋଡି ଯାଇଛି। ତେବେ କାରଖାନା ରେ କାର୍ଯ୍ୟ ରତ ଶ୍ରମିକ ମାନଙ୍କୁ ସୁରକ୍ଷା ସରଞ୍ଜାମ ଯୋଗାଇ ଦିଆଯାଇଛି କି ନାହିଁ ତାହା ଏଠି ପ୍ରଶ୍ନ ବାଚି ସୃଷ୍ଟି କରିଛି।ତେବେ ସମୀର ଘରର ଏକମାତ୍ର ରୋଜଗାରିଆ ପୁଅ ହୋଇ ଥିବାରୁ ତୁରନ୍ତ ସମ୍ପୃକ୍ତ କମ୍ପାନୀ ଉକ୍ତ ପରିବାର କୁ କ୍ଷତି ପୂରଣ ସହ ଆର୍ଥିକ ସାହାଯ୍ୟ ଯୋଗାଈ ଦେବାକୁ ସାଧାରଣ ରେ ଦାବି ହେଉଛି

