ଏଲ୍ଟିଟି ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ୍

କଟକ ନିର୍ଗୁଣ୍ଡି ରେଳ ଷ୍ଟେସନ୍ ନିକଟରେ ଏଲ୍ଟିଟି ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ୍ ହୋଇଛି। ନିର୍ଗୁଣ୍ଡି ରେଳ ଷ୍ଟେସନ୍ ନିକଟ ଶାଳଗାଁ ନିକଟରେ ମୁମ୍ବାଇ-ଭୁବନେଶ୍ୱର ଏଲ୍ଟିଟି ଏକ୍ସପ୍ରେସ୍ ଆଜି ସକାଳେ ଲାଇନ୍ଚ୍ୟୁତ୍ ହୋଇଛି। ୪ଟି ବଗି ଲାଇନ୍ଚ୍ୟୁତ୍ ହୋଇଥିବା ସୂଚନା ମିଳିଛି,କେଉଁଭଳି ପରିସ୍ଥିତି ରେ ଟ୍ରେନ୍ଟି ଲାଇନ୍ଚ୍ୟୁତ୍ ହେଲା ସେ ସମ୍ପର୍କରେ କିଛି ସ୍ପଷ୍ଟ ଜଣାପଡ଼ିନାହିଁ। ଏହାସହ କ୍ଷୟକ୍ଷତି ସମ୍ପର୍କରେ ଏବେ ସୁଦ୍ଧା ଜଣାପଡ଼ିନି। ତେବେ କିଛି ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି,ତେବେ ପ୍ରାଥମିକ ସୂଚନା ରୁ ଯାହା ଜଣା ପଡୁଛି ପ୍ରବଳ କୁହୁଡା ଯୋଗୁ ଦୁର୍ଘଟଣା ହୋଇଥାଇ ପାରେ ବୋଲି ଅନୁମାନ କରା ଯାଉଛି,କୁହୁଡା ଯୋଗୁ ଡ୍ରାଇଭର ନିୟନ୍ତ୍ରଣ ହରାଇ ଥାଇ ପାରେ ବୋଲି ଲୋକଙ୍କ ଠାରୁ ସୂଚନା ମିଳୁଛି, ଅଗ୍ନିଶମ ବାହୀନି, ରେଳବାଇ କର୍ମକର୍ତା ମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।