ବାଲି ମକର ମେଳା ପାଇଁ ସିଂହନାଥ ପୀଠ ଚଳ ଚଞ୍ଚଳ ।


କଟକ ଜିଲ୍ଲାର ବଡମ୍ବା ବ୍ଲକ ର ମହାନଦୀ ମଧ୍ୟ ସ୍ଥଳରେ ଥିବା ସିଂହନାଥ ଙ୍କ ପୀଠରେ ଆଜି ସକାଳ ଠାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି, ଅନ୍ୟପଟେ ମହାନଦୀ ମଧ୍ୟରେ ବାଲି ମକର ମେଳାକୁ ଉଦଘାଟନ କରିଛନ୍ତି କଟକ ସାଂସଦ ଭତୃହରି ମହତାବ ଓ ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର,ଏହି ବାଲି ମକର ଉତ୍ସବ ପାଞ୍ଚଦିନ ଧରି ଚାଲିବ,ବିଭିନ୍ନ ସ୍ଥାନରୁ ବେପାରୀ ମାନେ ଆସି ନିଜ ପସରା ମେଲାଇ ସାରିଛନ୍ତି,ମହାନଦୀରେ ଗୋପୀନାଥ ପୁର ଠାରୁ ସିଂହନାଥ ପୀଠ ପର୍ଯ୍ୟନ୍ତ ତିନିକିଲୋମିଟର ବାଲିରେ ମାଟି ପକାଯାଇ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଚି,ସିଂହନାଥଙ୍କ ବିଶେଷତ୍ୱ ହେଲା ଏହି ପୀଠଟି ତ୍ରିକୁଟ ପାହାଡ଼ ଭାବେ ପରିଚିତ, ମହାନଦୀର ଅପରପଟେ ବୈଦ୍ୟନାଥ ,ରାମନାଥ ପୂଜା ପାଉଥିବା ବେଳେ ମହାନଦୀ ମଧ୍ୟ ସ୍ଥଳରେ ପୂଜା ପାଉଛନ୍ତି ସିଂହନାଥ, ସିଂହନାଥଙ୍କ ପାହାଡ଼ ଉପରେ ମାତା ସୀତାଙ୍କ କୁଣ୍ଡ ରହିଥିବା ପ୍ରମାଣ ମିଳେ,ରାମଚନ୍ଦ୍ର ବନବାସ ସମୟରେ ମାତା ସୀତାଙ୍କୁ ଶୋଷ ଲାଗିଥିଲା,ରାମଚନ୍ଦ୍ର ଏହି ପାହାଡ଼ ଉପରେ ଭ୍ରାତା ଲକ୍ଷଣ ଓ ସୀତାଙ୍କୁ ଏହି ପାହାଡ଼ ଉପରେ ଓଲ୍ହାଇ ଶୋଷ ମେଣ୍ଟାଇବା ପାଇଁ ପାହାଡ଼ କୁ ସରଭେଦ କରି ପାଣି ବାହାର କରିଥିଲେ ମାତା ସୀତା ସେହି ପାହାଡ ଉପରେ ପାଣି ପିଇ ଆତ୍ମସନ୍ତୋଷ ଲାଭ କରିଥିଲେ, ସେହିଦିନ ଠାରୁ ସୀତାମାତାଙ୍କ କୁଣ୍ଡ ଏବେବି ରହିଛି,ଯେଉଁ ପଯ୍ୟଟକ ମାନେ ଆସନ୍ତି ସିଂହନାଥଙ୍କୁ ଦର୍ଶନ କରିବା ସହିତ ପାହାଡ଼ ଉପରକୁ ଯାଇ ମାତା ସୀତାଙ୍କ କୁଣ୍ଡ ମଧ୍ୟ ଦେଖି ବାର ସୁଯୋଗ ପାଆନ୍ତି, ପାଞ୍ଚଦିନ ଧରି ଏହି ବାଲି ମକର ମହୋତ୍ସବ ରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଥିବାବେଳେ ବଡମ୍ବା ପୋଲିସ ଓ ବାଙ୍କୀ ବୈଦେଶ୍ୱର ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି, ମହାନଦୀରେ ବୈଦେଶ୍ୱର ପଟେ ଅଗ୍ନିଶମ ବିଭାଗର କର୍ମଚାରୀ ମାନଙ୍କୁ ଡଙ୍ଗାରେ ପାର ଉତାର ପାଇଁ ନିୟୋଜିତ କରାଯାଇଛି।

