ମକର ସଂକ୍ରାନ୍ତି ଉପଲକ୍ଷେ ବଡମ୍ବା ସିଂହନାଥ ପୀଠରେ ଅନୁଷ୍ଠିତ ହେଉଛି ବାଲି ମକର ମହୋତ୍ସବ

ମକରସଂକ୍ରାନ୍ତି ଠାରୁ ଚଳଚଂଚଳ ହୋଇଉଠିବ କଟକ ଜିଲ୍ଲା ବଡମ୍ବା ଗୋପୀନାଥପୁର ମହାନଦୀ ବାଲୁକା ଶଯ୍ୟାରେ ବିଜେ ବାବା ସିଂହନାଥ ଦେବଙ୍କ ପୀଠର୍ ଐତିହପୂର୍ଣ୍ଣ ପ୍ରସିଦ୍ଧ ବାଲି ମକର ମହୋତ୍ସବ।ସେଥିପାଇଁ ଆଜିଠାରୁ ଓଡ଼ିଶାର ବିଭିନ୍ନ ସ୍ଥାନରୁ ବାବା ସିଂହନାଥ ଙ୍କ ଶୈବପୀଠକୁ ଧୀରେ ଧୀରେ ଶ୍ରଦ୍ଧାଳୁ ଙ୍କ ସଂଖ୍ୟା ବଢିବଢି ଚାଲିଲାଣି।ଆଜି ଠାରୁ ଓଡ଼ିଶାର ଦୁରଦୁରନ୍ତାରୁ ବ୍ୟବସାୟୀ ମାନେ ଆସି ମଧ୍ୟ ନିଜ ନିଜର ବ୍ୟବସାୟ ପାଇଁ ମହାନଦୀ ମଝିରେ ବାଲୁକା ବକ୍ଷରେ ନିଜ ନିଜର ପସରା ପକାଇ ସାରିଲେଣି। ଆସନ୍ତା କାଲି ଠାରୁ 5 ଦିନ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରୁ ମକର ମହୋତ୍ସବ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମକୁ ଦୃଷ୍ଟିରେ ରଖି କିଭଳି ମହାନଦୀରେ କିଛି ଅଘଟଣ ନଘଟେ ସେଥିପ୍ରତି ଓଡ୍ରାଫ,ଦମକଳକୁ ସଜାଗ ରଖାଯାଇଛି। କିଭଳି ଶାନ୍ତି ଶୃଙ୍ଖଳା ସହ 5 ଦିନ ଧରି ସୁରୁଖୁରୁରେ ଯାତ୍ରା ସମ୍ପାଦନ ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।।ଇତି ମଧ୍ୟରେ ଐତିହପୂର୍ଣ୍ଣ ବାଲି ମକର ମହୋତ୍ସବକୁ ଦୃଷ୍ଟିରେ ରଖି ଯୁଦ୍ଧକାଳୀନ ଭିତ୍ତିରେ 14 ଲକ୍ଷ ଟଙ୍କା ବ୍ୟୟରେ ଗୋପୀନାଥପୁର ଠାରୁ ବାବା ସିଂହନାଥ ଙ୍କ ଶୈବପୀଠ କୁ ଯିବାପାଇଁ 3 କିଲୋ ମିଟର ମାଟି ରାସ୍ତା ମହାନଦୀର ବାଲୁକା ବକ୍ଷରେ ନିର୍ମାଣ କରାଯାଇଛି।ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ 5 ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ ମଧ୍ୟ ରଖାଯାଇଛି।ମକର ମେଳା ଲାଗି କିଭଳି ସମୟ ଅନୁଯାୟୀ ବାବା ସିଂହନାଥଙ୍କ ଯଥାରୀତି ଦେଵନୀତି ଅନୁଷ୍ଠିତ ହେବ ସେଥିପାଇଁ ଦେବୋତ୍ତର ଅଧିକାରୀ ଅନୀଲ କୁମାର ପଟ୍ଟନାୟକ ଏବଂ ମନ୍ଦିର ସେବାୟତ ଜଳଧର ରଣା ସୂଚନା ଦେଇଛନ୍ତି। ଆସନ୍ତା କାଲି ଉଦଘାଟନ ଉତ୍ସବ ରେ ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଏବଂ କଟକ ସାଂସଦ ଭର୍ତ୍ତୃହରି ମହତାବ ଆସିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।