ହସିଲେ ଆୟୁଷ ବୃଦ୍ଧି ପାଏ

ହସହସ ମୁହଁରେ ଯେ କୌଣସି କାମ ଆରମ୍ଭ କଲେ, ଶୁଭଫଳ ମିଳିଥାଏ ବୋଲି ବିଜ୍ଞ ବ୍ୟକ୍ତିଙ୍କ ମତ। ନିକଟରେ ୱାଶିଂଟନ୍ ବିଶ୍ବବିଦ୍ୟାଳୟର ଗବେଷକଗଣ ବିଶ୍ବର ପ୍ରମୁଖ ରାଷ୍ଟ୍ରର ସଂଖ୍ୟାଧିକ ଲୋକଙ୍କୁ ସାମିଲ କରି ଏକ ଗବେଷଣା କରିଥିଲେ। ଏଥିରେ ଛୋଟ ପିଲା ମଧ୍ୟ ସାମିଲ ହୋଇଥିବାର ପ୍ରକାଶ। ସବୁଠୁ ଅଧିକ ଥର ଛୋଟ ପିଲା ଓ ବୟସ୍କ ପିଢ଼ି ହସୁଥିବାବେଳେ ଯୁବପିଢ଼ି କାମର ଚାପରେ ହସିବା ଭୁଲିଯାଇଛନ୍ତି କହିଲେ ଚଳେ।
ବୟସ ବଢ଼ିଲେ ନାନାଦି ଶାରୀରିକ ସମସ୍ୟା ଉପୁଜିଥାଏ ବୋଲି କେତେକଙ୍କ ମତ। ବିଶେଷଜ୍ଞମାନଙ୍କ ମତ, ଆମେ ଯଦି ଶାରୀରିକ ଭାବେ ସକ୍ରିୟ ରହିବା, ତେବେ ବୟସର ଚାପ କୌଣସି ପ୍ରଭାବ ପକାଇ ପାରିବ ନାହିଁ।
• ଗତ କିଛି ବର୍ଷ ମଧ୍ୟର ଅନୁଧ୍ୟାନରୁ ଜଣାପଡ଼ିଛି, ଭାରତରେ ବୟସ୍କ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ଖାଦ୍ୟପାନୀୟ ସହ ଜୀବନଶୈଳୀ ଉପରେ ଗୁରୁତ୍ବ ଦେଉଥିବା କାରଣରୁ ବୟସ୍କ ଲୋକେ ଏବେ ରୋଗାକ୍ରାନ୍ତ ହେଉନାହାନ୍ତି।
• ଅନେକ ସମୟରେ ପାରିବାରିକ ଅଶାନ୍ତି କାରଣରୁ ଆମେ ଖୁସି ରହିପାରୁନା। ଏପରି ସ୍ଥିତିରେ କ୍ଷତି କେବଳ ଆପଣଙ୍କ ନିଜର ହିଁ ହୋଇଥାଏ। ଅନ୍ୟମାନେ ଜୀବନର ଭରପୂର ମଜା ନେଉଥିବାବେଳେ ଆମେ କେବଳ ଅନୁଶୋଚନାରେ ସମୟ କାଟିଥାଉ।
• ଆମେରିକାର ନାମୀ ମାନସିକ ରୋଗଚିକିତ୍ସକ ଡାକ୍ତର ୱିଲିୟମ୍ ଫ୍ରାଏଙ୍କ ହସ ଏକ ଉତ୍ତମ ଚିକିତ୍ସା। ମନଖୋଲା ହସ ହସିଲେ ଉଭୟ ମାନସିକ ଓ ଶାରୀରିକ ଭାବେ ଆମକୁ ଶକ୍ତି ମିଳିଥାଏ। ତାଙ୍କ ପାଖକୁ ଆସୁଥିବା ପ୍ରତ୍ୟେକ ରୋଗୀଙ୍କୁ ସେ ପରାମର୍ଶ ଦିଅନ୍ତି ଦିନକୁ ଅନ୍ତତଃ ୨ଥର ୨୦ମିନିଟ୍ ଲେଖାଏଁ ହସିବା ନିମନ୍ତେ। କୌଣସି ଲାଫିଙ୍ଗ୍ କ୍ଲବ୍ରେ ଯୋଗ ଦିଅନ୍ତୁ ନଚେତ୍ ହାସ୍ୟରସାତ୍ମକ କାର୍ୟ୍ୟକ୍ରମ ଦେଖି ନିଜର ମନୋରଞ୍ଜନ କରିବା ଉଚିତ।