ଭୋଜି ବେଳେ ମଦ ପିଇ ୫ ଗୁରୁତର

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ବରଡ଼ି ଗ୍ରାମରେ ମଙ୍ଗଳବାର ମଦ ପିଇ ୫ ଜଣ ବ୍ୟକ୍ତି ଗୁରୁତର ଅସୁସ୍ଥ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ୫ ଜଣ ବ୍ୟକ୍ତି ଭୋଜି ପରେ ମଦ୍ୟପାନ କରିଥିଲେ। ମଦ୍ୟପାନ ପରେ ୫ ଜଣ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଘଟଣା ସ୍ଥାଳରୁ ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଟାଙ୍ଗୀ ପରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।