ଆଠଗଡ଼ ଗଦାସାହିର ଭାଇଚାରାର ନିଦର୍ଶନ


ମୋ ସାହି ଗଦାସାହିର ଭୋଜି,ଭାଇ ଚାରାର ନୂଆ ନିଦର୍ଶନ,ଗତ କିଛିବର୍ଷ ହେଲା ଆଠଗଡ ସହରରେ ଗଦା ସାହି ଏହି ଭୋଜି ଆରମ୍ଭ କରିଥିବାବେଳେ ଏହାକୁ ଅନୁକରଣ କରିଛନ୍ତି ଅନ୍ୟ ସାହି ମାନେ,ହିନ୍ଦୁ,ମୁସଲିମ ଭାଇଚାରାର ବାର୍ତା ମିଳେ କେବଳ ଏହି ସାହିରୁ,ଯଦି ଜାତି କଥା କହିବା ଏହି ସାହିରେ ଅଛନ୍ତି ବଢ଼େଇ,କମାର,ଗଉଡ଼, ଜ୍ୟୋତିଷ,କୈବର୍ତ୍ତ, ବୈଷ୍ଣବ,ଭଣ୍ଡାରି, ବ୍ରାହ୍ମଣ,କରଣ, ମୁସଲିମ,ତେଲି, ଧୋବା ଏମିତି ଆହୁରି ଅନେକ,କେବଳ ସେତିକି ନୁହେଁ ଏହି ସାହିରେ ଯେଉଁମାନେ ଭଡ଼ାରେ ଅଛନ୍ତି ।

ଯୋଉମାନେ ସାହିରୁ ଯାଇ ଅନ୍ୟତ୍ର ଘର କରି ରହୁଛନ୍ତି ସେମାନେ ମଧ୍ୟ ସାହି ଭୋଜିରେ ସାମିଲ ହୁଅନ୍ତି, ସମସ୍ତ ଆୟୋଜନ ଗଦା ସାହିର ଯୁବକ ମାନେ ତଥା ଗଦା ସାହି ଉନୟନ ପରିଷଦ ଆୟୋଜନ କରି ଆସୁଛି,ଏହି ଭୋଜିରେ ଭାବର ଆଦାନ ପ୍ରଦାନ କରାଯିବା ସହିତ ପୁରୁଖା ମାନଙ୍କୁ ସଂମାନିତ କରାଯାଏ,ଏଭଳି ନିଆରା ପରମ୍ପରା କେବଳ ଗଦା ସାହିରେ ଦେଖିବାକୁ ମିଳେ,

ସ୍ଥାନୀୟ ଉତରା ଚଣ୍ଡୀ ମନ୍ଦିରରେ ବୁଧବାର ଦିନ ଏହି ସାହି ଭୋଜି ଅନୁଷ୍ଠିତ ହୋଇଯାଇଛି,ବିଶେଷ କରି ଯେଉଁମାନେ ଛୋଟଛୋଟ ପିଲାଙ୍କୁ ନେଇ ଏହି ଭୋଜିକୁ ଆସିଥିଲେ ସେମାନେ ମନଭରି ଦୋଳିର ମଜା ନେଇଥିଲେ।




