ବନ୍ଦ ହବ ନରସିଂହପୁର ଜେଲ ।


ରାଜ୍ୟ ସରକାର କଟକ ଜିଲ୍ଲାର ନରସିଂପୁର ଜେଲ କୁ ବନ୍ଦ କରିବା ପାଇଁ ଯୋଜନା କରିଛନ୍ତି, ଏହା ମଧ୍ୟରେ ଉଦୟାଲାବଣ୍ୟ କୁ ଏକ ଫଟୋମିଳିଛି ଦେଖନ୍ତୁ ଏହି ଫଟୋ କୁ,ଜେଲରେ ଦୁଟି ରେ ଥିବା ଜେଲ କର୍ମଚାରୀ ମାନେ କେମିତି କରୁଛନ୍ତି ଡିଉଟି ସ୍ପଷ୍ଟ ବାରି ହୋଇପଡ଼ିଛି, କର୍ମଚାରୀ ମାନେ ଆରାମ ରେ କଏଦି ମାନଙ୍କ ସହିତ ଶୋଇଛନ୍ତି ଓ ପାଖରେ ମୋବାଇଲ ପଡି ରହିଛି,ଏମିତି ଘଟଣା ଦେଖିବାକୁ ମିଳିଛି କଟକ ଜିଲା ନରସିଂପୁର ଜେଲରେ, ଜେଲ ଭିତରକୁ ମୋବାଇଲ ନେବା ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବେଳେ ଜେଲ ଭିତରକୁ କେମିତି ମୋବାଇଲ ଗଲା ତାକୁ ନେଇ ଓକିଲ ମାନେ ଉଠାଇଛନ୍ତି ପ୍ରଶ୍ନ,ଏହି ଜେଲରେ ବ୍ୟାପକ ଅନିୟମିତତା କାର୍ଯ୍ୟ ଚାଲିଥିଲେ ମଧ୍ୟ ପୋଲିସ ପକ୍ଷରୁ କେବେହେଲେ ଚଢ଼ାଉ କରାଯାଇ ନାହିଁ,ନରସିଂପୁର ଜେଲର କିପରି ଭାବେ ଏହି ଘଟଣା ଜାଣି ପାରୁ ନାହାନ୍ତି ତା ମଧ୍ୟ ଆଶ୍ଚର୍ଯ୍ୟ କରିଛି,ସବୁଠାରୁ ବଡ଼କଥା ହେଲା ଜେଲ ଭିତରେ ଯଦି କଏଦି ହାତରେ ମୋବାଇଲ ରହୁଛି ସେ ମଧ୍ୟ ବାହାର ଦୁନିଆ ସହିତ,ପରିବାର ସହିତ କଥା ହୋଇ ଜେଲ ଭିତରେ ରହି ଅପରାଧ କାହିଁକି କରୁନଥିବ ସେ କଥାକୁ ମଧ୍ୟ ଏଡାଇ ଦିଆଯାଇନପାରେ,ସରକାର 5t ଯୋଜନା କରି ଜେଲ ରେ ସଂସ୍କାର ଆଣି ଥିବା ବେଳେ ନରସିଂପୁର ଜେଲ ରେ କେବେ ସଂସ୍କାର ଆସିବ ନା ଜେଲ ବନ୍ଦ ହେଉଥିବାର ଜାଣି ଜେଲ କର୍ମଚାରୀ ମାନେ ଏଭଳି କାର୍ଯ୍ୟ କରୁଛନ୍ତି ସେଥିପ୍ରତି ସରକାର ଦୃଷ୍ଟି ଦେବା ଆବଶ୍ୟକ
ନରସିଂପୁର ରୁ ସଞ୍ଜୟ ପଟ୍ଟନାୟକ


