ଆରଏସପି ପରିସରରୁ ୨ଟି ବେଆଇନ ଟ୍ରେଲର ଜବତ, ୪ ଯବାନ ନିଲମ୍ବିତ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା(ଆରଏସପି) ପରିସରରୁ ୨ଟି ବେଆଇନ ଟ୍ରେଲର ଜବତ ହୋଇଛି। ଏହି ଘଟଣାରେ ଶନିବାର ଆରଏସପି କର୍ତ୍ତୁପକ୍ଷ ୪ ଯବାନଙ୍କୁ ନିଲମ୍ବନ କରିଛନ୍ତି। ଆରଏସପି ପରିସରସ୍ଥ ନୂଆ ପ୍ଲେଟ ମିଲ ନିକଟରୁ କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସ ଟିମ ଦ୍ୱାରା ୨ଟି ଟ୍ରେଲର ଜବତ ହୋଇଥିଲା। ବିନା କାଗଜପତ୍ର ଓ ଏଣ୍ଟ୍ରି ପାସରେ ଭିତରକୁ ପ୍ରବେଶ କରିବା ଅଭିଯୋଗରେ ଉକ୍ତ ଦୁଇଟି ଟ୍ରେଲର ଜବତ ହୋଇଥିଲା। ଏ ନେଇ ଟାଙ୍ଗରପଲ୍ଲୀ ଥାନାରେ ଆରଏସପି ପକ୍ଷରୁ ଲିଖିତ ଅଭିଯୋଗ ମଧ୍ୟ ହୋଇଥିଲା। ୨ଟି ଗାଡ଼ିର ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ଲୁହା ଚୋରି ରାକେଟର ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି।