ଟଙ୍କା ପାଇ ଫେରାଇଲେ

ଆଠଗଡ଼ (୨୨/୧୨/୧୯) : ଆଠଗଡ ପୁରୁଣା କଟକ ସମ୍ବଲପୁର ରାସ୍ତା ଡାକ୍ତରଖାନା ସମ୍ମୁଖରେ ମୋଟର ସାଇକେଲରେ ଯାଉଥିବା ଜଣେ ବ୍ଯକ୍ତିଙ୍କର ମନିପର୍ସ ଟି ତଳେ ପଡିଯାଇଥିଲା । ମୋଟର ସାଇକେଲର ପଛେପଛେ ଯାଉଥିବା ତରଡିଙ୍ଗ ଗ୍ରାମର ଶ୍ରୀନିବାସ ମହାନ୍ତିଙ୍କ ପୁଅ ସତ୍ଯରଞ୍ଜନ ମହାନ୍ତି ଏହି ମନିପର୍ସଟି ଉଠାଇ ତାଙ୍କ ପିଛା କରିଥିଲେ।ଆଠଗଡ ଡାକ୍ତରଖାନା ଠାରୁ ପ୍ରାଯ ୫ କିମି ପିଛା କରିବା ପରେ ଦହିସରା ଛକ ଠାରେ ଉକ୍ତ ବ୍ଯକ୍ତିଙ୍କୁ ଦେଇଥିଲେ ତାଙ୍କ ଘର ବଡମ୍ବା ଗୋପାଳପୁର ବୋଲି ଜଣା ପଡିଛି।ମନିପର୍ସଟି ରେ ୫ ହଜାର ଟଙ୍କା ଥିବା ବେଳେ ବ୍ଯକ୍ତି ଜଣଙ୍କ ପରିଚୟ ସଠିକ ଦେବାପରେ ମନିପର୍ସଟି ଦେଇଥିଲେ। ବ୍ୟକ୍ତି ଜଣକ ଏକ ମେଡିକାଲ କାମରେ ଡାକ୍ତରଖାନା କୁ ଯାଉଥିଲେ ।