ଭାରସାମ୍ୟ ହରାଇ ଘାଟି ରାସ୍ତାରେ ଓଲଟି ପଡିଲା ଚକାଡୋଳା ବସ

ବାଙ୍କୀ ଥାନା ଅନର୍ଗତ ସୁବର୍ଣପୁର ଗ୍ରାମରୁ 50 ରୁ ଅଧିକ ଗ୍ରାମବାସୀ ଚକାଡୋଳା ବସ ରେ କୋରାପୁଟ ଗୁପ୍ତେଶ୍ଵର ମନ୍ଦିର ବୁଲିବାକୁ ଯାଇଥିବା ବେଳେ ଆଜି ଅପରାହ୍ନରେ ବସ ଟି ଭାରସାମ୍ୟ ହରାଇ ଘାଟି ରାସ୍ତାରେ ଓଲଟି ପଡିଛି,ଘାଟି ଉଠୁଥିବା ବେଳେ ଡ୍ରାଇଭର ର୍ ଅପରିନାମଦର୍ଶିତା ଯୋଗୁ ବସ ଟି ଘାଟି ଉପରୁ 50 ଫୂଟ ତଳକୁ ଗଡ଼ି ଆସି ରାସ୍ତା କଡ଼କୁ ଓଲଟି ପଡିଛି,ଯାତ୍ରୀ ମାନେ କାଁ ଭାଁ ଆହତ ହୋଇଥିବା ବେଳେ ସମ୍ପୁର୍ଣ୍ଣ ଯାତ୍ରୀ ସୁରକ୍ଷିତ ଥିବାର ଜଣାଯାଇଛି,ବସ ଟି ଆଠଗଡ ଅଂଚଳର ବୋଲି ଜଣାପଡିଛି।