ଭାଷା ଆନ୍ଦୋଳନର ଯୋଦ୍ଧା ମାନଙ୍କ ଆଠଗଡରେ ପଦାର୍ପଣ ।

ଭାଷା ଆନ୍ଦୋଳନର ଯୋଦ୍ଧା ମାନଙ୍କୁ ଆଜି ଆଠଗଡ ରେ ଉତରା ଚଣ୍ଡୀ ମନ୍ଦିର ଠାରେ ସମ୍ବର୍ଦ୍ଧିତ କରାଯାଇଛି,ରାଜ୍ୟରେ ଭାଷା ଆନ୍ଦୋଳନ କୁ ସହଯୋଗ କରି ଆଠଗଡ ର୍ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଗଡଜାତ ପରିକ୍ରମା ତରଫରୁ ଭୁବନେଶ୍ୱର ଠାରେ ଭାଷା ଆନ୍ଦୋଳନ ରେ ସାମିଲ ହେବା ସହିତ ଆଠଗଡ ରେ ଦୀର୍ଘଦିନ ଧରି ଭାଷା ଆନ୍ଦୋଳନ ଚାଲୁ ରହିଥିଲା,ଭାଷା ଆନ୍ଦୋଳନ ରେ ସହଯୋଗ କରିଥିବା ଗଡଜାତ ପରିକ୍ରମା ର୍ ସଭ୍ୟ,ସ୍ଥାନୀୟ ସାମ୍ବାଦିକ,ସାଧାରଣ ବ୍ୟକ୍ତି ବିଶେଷଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା, ଗଡଜାତ ପରିକ୍ରମା ର୍ ଉପସଭାପତି ସୁରେଶ ଚନ୍ଦ୍ର ପରିଡା ସଭାପତିତ୍ୱ କରିଥିବା ବେଳେ ଭାଷା ଆନ୍ଦୋଳନର ଆବାହକ ତଥା ଗଡଜାତ ପରିକ୍ରମା ର୍ ସମ୍ପାଦକ ଲଲାଟେନ୍ଦୁ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରଥିଲେ,ଭୁବନେଶ୍ୱର ଭାଷା ଆନ୍ଦୋଳନ ର୍ ଆବାହକ ପବିତ୍ର ମହାରଥା,ବିପ୍ଲବୀ କବି ଉମା ଚରଣ ମହାନ୍ତି,ଜୟ ପ୍ରକାଶ ମିଶ୍ର,ନବକିଶୋର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।









