ଗଡଜାତ ମହୋତ୍ସବ ପାଇଁ ତୃତୀୟ ବୈଠକ

ଆଠଗଡ ର୍ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଗଡଜାତ ପରିକ୍ରମା ତରଫରୁ ଗଡଜାତ ମହୋତ୍ସବ ପାଇଁ ତୃତୀୟ ବୈଠକ ଉତରା ଚଣ୍ଡୀ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି, ଗଡଜାତ ପରିକ୍ରମା ର୍ ଉପ ସଭାପତି ସୁରେଶ ଚନ୍ଦ୍ର ପରିଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକ ରେ ସମ୍ପାଦକ ଲଲାଟେନ୍ଦୁ ସେନାପତି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ, ଜାନୁଆରୀ 13 ତାରିଖ ଠାରୁ ଅନୁଷ୍ଠିତ ହେଉଥିବା ଏହି ମହୋତ୍ସବ ପାଞ୍ଚଦିନ ବ୍ୟାପି ଅନୁଷ୍ଠିତ ହେବ, ଏଥିରେ ପଲି ଶ୍ରୀ ମେଳାର ଆୟୋଜନ ମଧ୍ୟ କରାଯାଇଛି,ରାଜ୍ୟର 26 ଗୋଟି ଗଡଜାତର୍ କଳା, ଏତିହ୍ୟ,ସଂସ୍କୃତି,ପରମ୍ପରା କୁ ଲୋକଲୋଚନକୁ ଆଣିବା ହେଉଛି ମହୋତ୍ସବ ର୍ ଲକ୍ଷ,ଏହି ଅବସରରେ ଆଠଗଡ, ତିଗିରିଆ, ବଡମ୍ବା, ନରସିଂପୁର ଚାରି ଗଡଜାତ ର୍ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଗଡଜାତ ସନମାନ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ହୋଇଛି, ଏହି ବୈଠକରେ ସଚ୍ଚିଦାନନ୍ଦ ପଣ୍ଡା,ସର୍ବେଶ୍ୱର ପଣ୍ଡା,ବିଜୟ ନାୟକ,ସନ୍ତୋଷ ବାରିକ,ସାରଙ୍ଗ ଧର ଜେନା,ବିଚିତ୍ରା ନନ୍ଦ ସେଠୀ, ନଚିକେତା ପରମାନିକ, ତ୍ରିଲୋଚନ ବେହେରା,ରାଧାନାଥ ଦାସ ପ୍ରମୁଖ ଯୋଗଦେଇ ନିଜନିଜର ମତା ମତ ରଖିଥିଲେ।