ବିଶ୍ଵନାଥ ବିଦ୍ୟାପୀଠ ରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା

ଆଠଗଡ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି, ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ମେଳାରେ ମୁଖ୍ୟଅତିଥି ଭାବେ କଟକ ଜିଲା ପରିଷଦ ଉପାଧ୍ୟକ୍ଷ ସୁନୀଲ ପରିଡା ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଇଓ ଅକ୍ଷୟ ନାୟକ,ତହସିଲଦାର ତପନ ଖୁଣ୍ଟିଆ,ଖୁଣ୍ଟୁଣି କଲେଜ ଅଧକ୍ଷ ଶଶୀଭୂଷଣ ମିଶ୍ର,ରଞ୍ଜନ ଆଚାର୍ଯ୍ୟ,ରବି ରାଉତ,ସ୍କୁଲ ପ୍ରଧାନଶିକ୍ଷକ ରୁଦ୍ର ନାରାୟଣ ସାମଲ ଓ ସ୍କୁଲ ପରିଚାଳନା କମିଟି ସଭାପତି ବିଜୟ ସାହୁ ପ୍ରମୁଖ ଯୋଗଦେଇଥିଲେ, ଏହି ମେଳାରେ ବ୍ଲକ ର୍ 271 ପ୍ରକଳ୍ପ ମଧ୍ୟରୁ ବରିଷ୍ଠ ରେ 45 ଟି ଓ କନିଷ୍ଠ ରେ 226 ଟି ପ୍ରକଳ୍ପ ଭାଗ ନେଇଥିଲେ,ଏହି ମେଳାରେ ସର୍ବଶ୍ରେଷ୍ଠ ଭାବେ ବରିଷ୍ଠ ବିଭାଗ ରେ ପ୍ରଥମ ଚନ୍ଦ୍ରମା ସିଂ,ଦ୍ୱିତୀୟ ମେନକା ନାୟକ,ତୃତୀୟ ହରିହର ଚୌଧୁରୀ,କନିଷ୍ଠ ବିଭାଗରେ ପ୍ରଥମ କୃଷ୍ଣପ୍ରିୟା ବେହେରା,ଦ୍ୱିତୀୟ ସ୍ମୃତି ଲୋପାମୁଦ୍ରା ବେହେରା,ତୃତୀୟ ଲକ୍ଷ୍ମୀପ୍ରିୟା ବେହେରା,ଏହି ସମସ୍ତ ଛାତ୍ରୀ ଜିଲା ସ୍ତରୀୟ ପ୍ରତିଯୋଗିତା କୁ ଉନିତ ହୋଇଛନ୍ତି।



