ଗଣମାଧ୍ୟମର ସୁରକ୍ଷା ପାଇଁ ଆଇନୀ ଆଣିବାକୁ ଉତ୍କଳ ସାମ୍ବାଦିକ ସଂଘ ଦାବିକୁ ସମର୍ଥନ ଦେଲେ ଜନ ପ୍ରତିନିଧି ।

ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା ଉତ୍କଳ ସାମ୍ବାଦିକ ସଙ୍ଘ,ଜାତୀୟ ପ୍ରେସ ଦିବସ ଅବସରରେ ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ଜିମୁତ ମଙ୍ଗରାଜ ଓ ସମ୍ପାଦକ ବେଣୁଧର ପଣ୍ଡାଙ୍କ ନେତୃତ୍ୱରେ ଏକ 13 ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳ ଭବନକୁ ଯାଇ ବ୍ୟକ୍ତିଗତ ସଚିବଙ୍କୁ ଭେଟି ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ,ଏହି ପ୍ରତିନିଧି ଦଳ ରେ ଉପସଭାପତି ବିନାୟକ ମିଶ୍ର,ଭାରତୀୟ ପେଶାଦାର ସାମ୍ବାଦିକ ସଂଘର କାର୍ଯ୍ୟକାରୀ କମିଟି ସଭ୍ୟ ପ୍ରଭାକର ଶିରୋମଣି,ଜାତୀୟ ପରିଷଦ ସଭ୍ୟ ତଥା କଟକ ଜିଲା ସଭାପତି ଲଲାଟେନ୍ଦୁ ସେନାପତି,ସମ୍ପାଦକ ସୁଜିତ କୁମାର ପଟନାୟକ,ବଟକୃଷ୍ଣ ବେହେରା,ବିଜୟ ନାୟକ,ରାମେଶ୍ୱର ଶତପଥି,ବଙ୍କିମ ଚରଣ ନାୟକ,ମନ୍ମଥ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ