ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବା ଅନୁଭବଙ୍କ କୁଶପୁତ୍ତଳିକା ଦାହ

ଆଠଗଡ (୮/୧୧/୧୯) :କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଜଣେ କର୍ତବ୍ଯରତ୍ତ ଗଣମାଧ୍ୟମ ପ୍ରତିନିଧି ଙ୍କ ବୁମ କୁ ଠେଲିଦେବା ଓ ସାମ୍ବାଦିକଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ରଖିବା ଘଟଣାକୁ ରାଜ୍ୟ ବ୍ୟାପି ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଆଜି ଉତ୍କଳ ସାମ୍ବାଦିକ ସଙ୍ଘ କଟକ ଜିଲ୍ଲା ସାମ୍ବାଦିକ ସଂଘ ଓ ଆଠଗଡ ସାମ୍ବାଦିକ ସଂଘ ପକ୍ଷରୁ କଟକ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଲଲାଟେନ୍ଦୁ ସେନାପତିଙ୍କ ସଭାପତିତ୍ୱ ରେ ସ୍ଥାନୀୟ ଚାନ୍ଦବାଲି ଛକ ଠାରେ ସାମ୍ବାଦିକ ମାନେ ଏକାଠି ହୋଇ ସାଂସଦ ଅନୁଭବ ମହାନ୍ତିଙ୍କ କୁଶପୁତ୍ତଳିକା ଦାହ କରାଯାଇ ଥିଲା।ସାଂସଦଙ୍କ ଏଭଳି କାର୍ଯ୍ୟକୁ ସମସ୍ତ ସାମ୍ବାଦିକ ମାନେ ନିନ୍ଦା କରିବା ସହିତ ତୁରନ୍ତ ଏଭଳି ଜଣେ ନେତାଙ୍କୁ ଦଳରୁ ବିତାଡିତ କରିବା ପାଇଁ ସାମ୍ବାଦିକ ମାନେ ଦାବି କରିବା ସହିତ ସରକାର ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ଦାବୀ କରିଛନ୍ତି।
