ବିକାଶ ସାହୂ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ କାଳିଆ ଓରଫ ଶ୍ରୀକାନ୍ତ ଜେନାକୁ ଗତକାଲି ବିଳମ୍ବିତ ରାତିରେ ଆଠଗଡ dsp ଆଲୋକ ରଞ୍ଜନ ରାୟ ମାଣିଆ ବନ୍ଧ ର୍ ଏକ ପୋଖରୀ କୂଳରୁ ପୋଲିସ ଫୋର୍ସ ସହିତ ଯାଇ ଗିରଫ କରିଛନ୍ତି

ବିକାଶ ସାହୂ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ କାଳିଆ ଓରଫ ଶ୍ରୀକାନ୍ତ ଜେନାକୁ ଗତକାଲି ବିଳମ୍ବିତ ରାତିରେ ଆଠଗଡ dsp ଆଲୋକ ରଞ୍ଜନ ରାୟ ମାଣିଆ ବନ୍ଧ ର୍ ଏକ ପୋଖରୀ କୂଳରୁ ପୋଲିସ ଫୋର୍ସ ସହିତ ଯାଇ ଗିରଫ କରିଛନ୍ତି,ଗତ ସେପ୍ଟେମ୍ବର ମାସ 2 ତାରିଖରେ ବିଳମ୍ବିତ ରାତିରେ ବିକାଶ ସାହୂ ବିଳମ୍ବିତ ରାତିରେ ମାଣିଆ ବନ୍ଧ ଆସୁଥିବା ବେଳେ କାଳିଆ ଓ ତାର 10 ଜଣ ସାଥି ମାଣିଆ ବନ୍ଧ ଫାଣ୍ଡି ଆଗରେ ବିକାଶ କୁ ଅଟକାଇ ଲୁହା ରଡ଼ ରେ ବାଡେଇ ବାଡେଇ ହତ୍ୟା କରିବା ସହିତ ଲୋକଙ୍କୁ ଭୟଭୀତ କରିବା ପାଇଁ ବୋମାମାଡ଼ କରିଥିଲେ,ହତ୍ୟାକାଣ୍ଡ ଘଟାଇ କାଳିଆ ଓ ତାର ସାଥି ମାନେ ଫେରାର ହୋଇଯାଇଥିବା ବେଳେ ପରବର୍ତୀ ସମୟରେ ପୋଲିସ 5 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ,ଏହି ଘଟଣା ରେ ମାଣିଆ ବନ୍ଧ ଫନ୍ଦିର ଜଣେ ହୋମଗାର୍ଡ ମଧ୍ୟ ସାମିଲ ଥିବାବେଳେ ତାକୁ ଗିରଫ କରାଯିବା ସହିତ ଚାକିରିରୁ ନିଲମ୍ବିତ କରାଯାଇଥିଲା,ଗତକାଲି ବିଳମ୍ବିତ ରାତିରେ ଆଠଗଡ dsp ଆଲୋକ ରାୟ କାଳିଆ କୁ ଗିରଫ କରିବା ପରେ ଆଜି ତାକୁ ବଡମ୍ବା କୋର୍ଟକୁ ଚାଲାଣ କରାଯିବ,ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଆସାମୀ ମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଆଠଗଡ dsp ପ୍ରକାଶ କରିଛନ୍ତି।